ମଦ ପାଇଁ ଗଡ଼ିଲା ମୁଣ୍ଡ

ସତ୍ୟପାଠ ବ୍ୟୁରୋ: ମଦ ପାଇଁ ଗଡ଼ିଲା ମୁଣ୍ଡ ।  ମାଗଣାରେ ମଦ ନଦେବାରୁ ବରଗଡ଼ର ସୋହେଲାରେ ଗଣ୍ଡଗୋଳ । ମଦ ବ୍ୟବସାୟୀଙ୍କ ଆକ୍ରମଣରେ ଜଣେ ଯୁବକ ମୃତ, ଅନ୍ୟ ୩ ଯୁବକ ଗୁରୁତର ଆହତ ହୋଇଛନ୍ତି ।  ମୃତକ  ଛତିଶଗଡର ସଂଜୀବ ପ୍ରଧାନ ।  ଆହତମାନେ ବିଜେପୁର ଥାନା ବାଦିପାଲି ଗାଁର ।  ଘଟଣା ପରେ ମଦ ବ୍ୟବସାୟୀ ଓ ଅନ୍ୟ ଯୁବକ ଫେରାର ହୋଇଯାଇଛନ୍ତି ।  ପୋଲିସ ତନାଘନା ଆରମ୍ଭ କରିଛି । ଖବର ଅନୁସାରେ,  ଗତକାଲି ରାତିରେ ସୋହେଲା ବଜାରରେ ରାବଣ ପୋଡ଼ି ଚାଲିଥିବା ବେଳେ ସୋହେଲା ବାଦୀପାଲ ଗାଁର କିଛି ଯୁବକ ମଦ ପିଇବାକୁ ନିକଟସ୍ଥ ଦୋକାନକୁ ଯାଇଥିଲେ । ମାଗଣାରେ ମଦ ଦେବାକୁ କହିବାରୁ ବ୍ୟବସାୟୀଙ୍କ ସହ ଗଣ୍ଡଗୋଳ ହୋଇଥିଲା ।  ମଦ ବ୍ୟବସାୟୀଙ୍କ ଭୁଜାଲି ଚୋଟରେ ଛତିଶଗଡର ସଂଜୀବ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ବାଦୀପାଲା ଗାଁର ୩ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏହାକୁ ନେଇ ସୋହେଲାରେ ଉତ୍ତଜେନା ଲାଗି ରହିଛି।

Related Posts