କଂଗ୍ରେସରେ ବିଲୟ ହେବ NCP !

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଉଭୟ କଂଗ୍ରେସ ଓ NCP ଥିକି ପଡ଼ିଲେଣି । ତେଣୁ କଂଗେସ-ଏନସିପି ଗୋଟିଏ ଦଳରେ ବିଲୟ ହୋଇଯିବା ଦରକାର । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ବେଳେ ସୋନଲାପୁରରେ ଏଭଳି ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଧେ । ଏନସିପିର ଯତ୍ନରେ କଂଗ୍ରେସ ବଢ଼ିଛି । ଆମେ ୨ ପାର୍ଟି ଏକ ମା’ର କୋଳରେ ବଢ଼ିଛୁ । ଇନ୍ଦିରା ଗାନ୍ଧି ଓ ଯଶୱନ୍ତ ରାଓ ଚୌହାଣଙ୍କ ନେତୃତ୍ୱରେ ଆମେ କାମ କରିଛେ । ଯେଉଁ ଲକ୍ଷ୍ୟ ନେଇ ଏନସିପି ପ୍ରତିଷ୍ଠା ହୋଇଥିଲା, ତାହା ଏବେ ସେହି ଲକ୍ଷ୍ୟରେ ନାହିଁ । ଏହା ଦେଖି ଆମକୁ ଦୁଃଖ ଲାଗୁଛି ବୋଲି ଶ୍ରୀ ସିନ୍ଧେ କହିଛନ୍ତି ।  ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମ ନ ନେଇ ସିନ୍ଧେ କହିଛନ୍ତି, ସମୟ ଆସିଲେ ଏହା କରି ଦେଖାଇବୁ । ଏବେ ଉଭୟ ପାର୍ଟି ଏକ ହୋଇଯିବା ଦରକାର । ଏନସିପିର ସୋଲାପୁର ପ୍ରାର୍ଥୀ ମନୋହର ସପାଟେଙ୍କ ପ୍ରଚାରରେ ସାମିଲ ହୋଇ ସିନ୍ଧେ ଏଭଳି ବଡ଼ ବୟାନ ଦେଇଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ସାଧାରଣ ନିର୍ବାଚନ ପରେ ଆଲୋଚନା ହେଉଥିଲା ଯେ, ଏନସିପି ଓ କଂଗ୍ରେସ ଏକତା ସୂତ୍ରରେ ବାନ୍ଧି ହୋଇଯିବେ । ଏନସିପି ମୁଖ୍ୟ ଶରଦ ପାୱାର ନିଜର ପାର୍ଟିକୁ କଂଗ୍ରେସରେ ବିଲୟ ନକରି ଏନସିପି ଟିକଟରେ ବିଧାନସଭା ନିର୍ବାଚନ ଲଢୁଛନ୍ତି । ମହାରାଷ୍ଟ୍ରରେ ଉଭୟ କଂଗ୍ରେସ-ଏନସିପି ମେଣ୍ଟ ୧୨୫-୧୨୫ ଆସନରେ ନିର୍ବାଚନ ଲଢୁଛନ୍ତି । ଚଳିତ ମାସ ୨୧ ତାରିଖରେ ମତଦାନ ହେବ । ୨୪ରେ ଫଳାଫଳ ପ୍ରକାଶ ପାଇବ ।

Related Posts