ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା ଅଭିଯୋଗ: ପୋଲିସ ର ତଦନ୍ତ ଆରମ୍ଭ

ସମ୍ବଲପୁର: ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା। ବୁର୍ଲା ମେଡିକାଲରେ ହତ୍ୟା | ଜଣେ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆସିଛି। ସକାଳେ ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ଜଣାପଡିଛି। ଧାରୁଆ ଅସ୍ତ୍ରରେ ତାଙ୍କ ଛାତି ଓ ପେଟକୁ ଆକ୍ରମଣ କରାଯାଇଛି। ଗଉଡ଼ପାଲି କେନାଲକୁ ଶୌଚ ପାଇଁ ଯାଇଥିଲା ବେଳେ ଏହି ଘଟଣା ଘଟିଛି।

ତେବେ ହତ୍ୟା କରାଯାଇଥିବା ବ୍ୟକ୍ତିଙ୍କ ଏଯାଏଁ ପରିଚୟ ମିଳିପାରି ନାହିଁ। ଲୁଟ୍ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ପ୍ରାଥମିକ ସୂଚନା ଦେଇଛି। ପୁଲିସର ଏକ ଟିମ ବୁର୍ଲା ମେଡିକାଲ ଯାଇ ତନାଘନା କରୁଛି। ମୃତକ ଜଣକ ହେଲେ ସମ୍ବଲପୁର ମହୁଲପାଲିର ୪୫ ବର୍ଷିୟ ଲମ୍ବୋଦର ନାୟକ |

ଖବର ଅନୁଯାୟୀ, ଲମ୍ବୋଦରଙ୍କ ବାପା କପିଳ ନାୟକ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି| ସେଠାରେ ତାଙ୍କ ଚିକିତ୍ସା ଚାଲିଛି । ଲମ୍ବୋଦର ନିକଟରେ ଥିବା ନେତାଜୀ ଛକରୁ ଗୌଡପାଲି ରାସ୍ତାରେ ଥିବା ପାଓ୍ବାର କେନାଲକୁ ଶୌଚ ହେବାକୁ ଯାଇଥିଲା । କିନ୍ତୁ କେନାଲ ତାଙ୍କ ମୃତଦେହ ଠାବ ହୋଇଛି । ନଦୀ କୂଳରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Related Posts