କୋଲକାତାର ବାଲ୍ୟଗୁଙ୍ଗେ ବିଧାନସଭା ଆସନରୁ ଉପ ନିର୍ବାଚନ ପ୍ରାର୍ଥୀ ହେଲେ ବାବୁଲ ସୁପ୍ରିୟୋ

କୋଲକାତା: କୋଲକାତାର ବାଲ୍ୟଗୁଙ୍ଗେ ବିଧାନସଭା ଆସନରୁ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ତ୍ରୁଣମୂଳ କଂଗ୍ରେସ (ଟିଏମସି) ନେତା ବାବୁଲ ସୁପ୍ରିୟୋ | ଏବେ ସେ ବାଲ୍ୟଗୁଙ୍ଗେ ବିଧାନସଭା ଆସନରୁ ବିଜେପି ବିରୋଧରେ ଲଢ଼ିବେ। ଏଠାରେ ଆସନ୍ତା ମେ ୧୨ ତାରିଖରରେ ନିର୍ବାଚନ ହେବ। ଏଥିସହ ବିରୋଧୀଙ୍କ ନିଜ ବିରୋଧରେ ଆସିଥିବା ଦଲବଦଳ ଅଭିଯୋଗ କୁ ନେଇ ମୁହଁତୋଡ ଜବାବ ଦେଇଛନ୍ତି |

ସେ କହିଛନ୍ତି ମୁଁ ସବୁ କିଛି ହୋଇପାରେ। କିନ୍ତୁ ମୁଁ ଅଭ୍ୟାସଗତ ଦଳବଦଳକାରୀ ନୁହଁ। ମୁଁ ଯେତେବେଳେ ରାଜନୀତି ଛାଡ଼ିଲି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମୋତେ ପଦବୀ ଅଫର ଦେଇଥିଲେ। କିନ୍ତୁ ତାଙ୍କ ପ୍ରସ୍ତାବକୁ ମୁଁ ପ୍ରତ୍ୟାଖ୍ୟାନ କରିଥିଲି। ମୁଁ ବିଜେପିରେ ଆଉ ରହିବାକୁ ଚାହୁଁ ନଥିବା କହିଥିଲି ବୋଲି ବାବୁଲ କହିଛନ୍ତି । ବାଲ୍ୟଗୁଙ୍ଗେ ବ୍ୟତୀତ ଆସନସୋଲରୁ ଲୋକସଭା ପାଇଁ ଉପନିର୍ବାଚନ ହେବ। ଏହି ଆସନସୋଲ ଆସନରୁ ବାବୁଲ ଏମପି ଥିଲେ। ତେବେ ସେଇ ଆସନରୁ ଶତ୍ରୁଘ୍ନ ସିହ୍ନା ଟିଏମସିରୁ ଏମପି ପ୍ରାର୍ଥୀ ହୋଇଛନ୍ତି |

ସୂଚନାଯୋଗ୍ୟ, କେନ୍ଦ୍ରର ବିଜେପି ସରକାରରେ ପୂର୍ବରୁ ବାବୁଲ ମନ୍ତ୍ରୀ ଥିଲେ। ପରେ ଗତ ସେପ୍ଟେମ୍ବର ମାସରେ ନୂଆ ମନ୍ତ୍ରିମଣ୍ଡଳରେ ତାଙ୍କୁ ବାଦ ଦିଆଯାଇଥିଲା। ଫଳରେ ସେ ଦଳ ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ।

Related Posts