ନୂଆଦିଲ୍ଲୀ : ଲିଭ୍-ଇନ୍ ସଂଗିନୀ ଶ୍ରଦ୍ଧାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିବା ଘଟଣା ସମଗ୍ର ଦେଶରେ ଚାନ୍ଚଲ୍ୟ ଖେଳାଇଥିବା ବେଳେ, ଏହି ଘଟଣାରେ ଗିରଫ ହତ୍ୟାକାରୀ ଅଫତାବ ପୁନାୱାଲା ପୁଲିସ ଆଗରେ ଗୋଟିଏ ପରେ ଗୋଟିଏ ସତ ଉଗାଳିବାରେ ଲାଗିଛି । ସେ ଶ୍ରଦ୍ଧାକୁ ଗତ ମେ ମାସରେ ଦିଲ୍ଲୀ ଆପାର୍ଟମେଣ୍ଟରେ ହତ୍ୟା କରିଥିଲା। ଶ୍ରଦ୍ଧାକୁ ହତ୍ୟା କରିବା ପରେ ଜୁନ୍ ମାସରେ ନିଜର ଜିନିଷପତ୍ର ସେ ୩୭ଟି ବାକ୍ସରେ ଦିଲ୍ଲୀ ଆଣିଥିଲା ଏବଂ ଏଥିପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିଲା।

ସୋମବାର ପୁଲିସ କହିଛି ଯେ ଅଫତାବ କେଉଁ ଆକାଉଣ୍ଟରୁ ଗୁଡ଼ଲକ୍ ପ୍ୟାକର୍ସ ଆଣ୍ଡ ମୁଭର୍ସ କମ୍ପାନିକୁ ଏହି ଟଙ୍କା ପଇଠ କରିଛି ତାହା ଯାଞ୍ଚ କରାଯିବ। ରବିବାର ଦିଲ୍ଲୀ ପୁଲିସ ଦଳ ମହାରାଷ୍ଟ୍ର ପାଲଘର ଅଞ୍ଚଳର ପ୍ୟାକେଜିଂ କମ୍ପାନିର ଜଣେ କର୍ମଚାରୀର ବୟାନ ରେକର୍ଡ କରିଛି। ପୁଲିସ ମଧ୍ୟ ଶ୍ରଦ୍ଧା ଓ ଅଫତାବ ପୂର୍ବରୁ ରହୁଥିବା ମହାରାଷ୍ଟ୍ର ବସାଇ ଅଞ୍ଚଳର ମାଣିକପୁର ଯାଇ ତଦନ୍ତ କରିଛି। ଉଭୟେ ୨୦୨୧ରେ ରହୁଥିବା ଘର ମାଲିକଙ୍କୁ ପୁଲିସ ପଚରାଉଚରା କରିବା ସହ ହତ୍ୟାକାରୀ ଅଫତାବର ପରିବାର ନିଖୋଜ ହେବା ପୂର୍ବରୁ ୧୫ ଦିନ ତଳେ ରହୁଥିବା ମୁମ୍ବାଇ ନିକଟ ମୀରା ରୋଡ୍‌ ଅଞ୍ଚଳ ଫ୍ଲାଟ୍‌ର ମାଲିକଙ୍କୁ ମଧ୍ୟ ପଚରାଉଚରା କରିଛି