୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ: ଝାଡ଼ଖଣ୍ଡ ହାଇକୋର୍ଟ

ରାଞ୍ଚି: ମୁସଲିମ୍ ଝିଅଙ୍କ ବିବାହକୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ ବୋଲି ରାୟ ଶୁଣାଇଛନ୍ତି । ଏଥିରେ ପରିବାର ଲୋକ ତାଙ୍କୁ ଅବରୋଧ କରିପାରବେ ନାହିଁ । ଉଚ୍ଚ ଅଦାଲତରେ ଦାୟର ହୋଇଥିବା ମାମଲାରେ ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ଏହି ରାୟ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, ବିହାର ନଓ୍ବାଦା ଅଞ୍ଚଳର ୨୪ ବର୍ଷୀୟ ମହମ୍ମଦ ସୋନୁ ଝାଡ଼ଖଣ୍ଡ ଜାମସେଦପୁରର ଏକ ମୁସଲିମ୍ ଝିଅକୁ ପ୍ରେମ କରୁଥିଲେ । ପରେ ଝିଅକୁ ଫେରାର୍ କରିନେଇଥିଲେ । ଝିଅକୁ ମାତ୍ର ୧୫ ବର୍ଷ ହୋଇଥିବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ଅପରାଧିକ ମାମଲା ରୁଜୁ କରିଥିଲା । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସୋନୁ ।

ଜଷ୍ଟିସ୍ ଏସକେ ଦ୍ବିବେଦୀଙ୍କ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ମୁସଲିମ୍ ସମ୍ପ୍ରଦାୟରେ ୧୫ବର୍ଷରୁ ଅଧିକ ବୟସ୍କ ଝିଅ ନିଜ ପସନ୍ଦରେ ବିବାହ କରି ପାରିବେ ବୋଲି କୋର୍ଟ କହିଛନ୍ତି । ଏଥିରେ ପରିବାର ଲୋକ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ । ଏହା ସହିତ ସୋନୁଙ୍କ ଉପରେ ଲାଗିଥିବା ସମସ୍ତ ଅପରାଧିକ ମାମଲାକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Related Posts