ମସଜିଦରେ ନମାଜ ପଢିବେ ମୁସଲିମ ମହିଳା

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଏଣିକି ମସଜିଦରେ ନମାଜ୍ ପଢିପାରିବେ ମୁସଲିମ ମହିଳା। ଏନେଇ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ୍ ଲ ବୋର୍ଡ  ସତ୍ୟପାଠ ମାଧ୍ୟମରେ ସୁପ୍ରିମ କୋର୍ଟଙ୍କୁ ଜଣାଇଛି । ୟାସମିନ୍ ଜୁବେର୍ ଅହମଦ୍ଦ ପରଜାଡେ ନାମକ ଜଣେ ମୁସଲିମ୍ ମହିଳାଙ୍କ ଦ୍ବାରା ଆଗତ ଏକ ଜନସ୍ବାର୍ଥ ମାମଲାରେ ମାନ୍ୟଵର ସୁପ୍ରିମକୋର୍ଟଙ୍କ ପକ୍ଷରୁ ମଗାଯାଇଥିବା ଜବାବର ଉତ୍ତରରେ ଏହି କଥା ଲ-ବୋର୍ଡ ଜଣାଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ  ଆଗାମୀ ଦିନରେ ବର୍ଷ ବର୍ଷ ଧରି ମୁସଲିମ୍ ମହିଳାଙ୍କ ପାଇଁ ବନ୍ଦ ହୋଇ ରହିଥିବା ମସଜିଦର ଦ୍ବାର ଏବେ ଖୋଲିବ । 

ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏସ.ଏ. ବୋବଡେଙ୍କ ନେତୃତ୍ବରେ ଗଠିତ ଏକ ୭ ଜଣିଆ ଖଣ୍ଡପୀଠ ସାମ୍ନାରେ ଏ ସମସ୍ତ କଥାକୁ ସତ୍ୟପାଠ ମାଧ୍ୟମରେ ସ୍ଵୀକାର କରାଯାଇଛି । ସମଗ୍ର ଦେଶରେ ଧର୍ମିୟ ଭାବନା ଆଉ ବିଶ୍ବାସକୁ ଦୃଷ୍ଟିରେ ରଖି ମାନ୍ୟବର ସୁପ୍ରିମକୋର୍ଟ କେରଳର ସାବରିମାଳା ତଥା ସମସ୍ତ ମସଜିଦରେ ମହିଳା ପ୍ରବେଶ କାହିଁକି କରିବେ ନାହିଁ ଏହା ଜାଣିବାକୁ ଚାହିଁଥିଲେ । ଶେଷରେ ସ୍ବୟଂ ମୁସଲିମ୍ ପର୍ସନାଲ୍ ବୋର୍ଡ ମଧ୍ୟ ଏ କଥାକୁ ସ୍ବୀକାର କରିଛି ।

Related Posts