
ଜେଡିୟୁ ରୁ ଆଜି ଘଟଣାକ୍ରମରେ ପ୍ରଶାନ୍ତ କିଶୋର ଓ ପଭନ ବର୍ମାଙ୍କୁ ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ପାର୍ଟିରୁ ନିଲମ୍ବିତ କରାଯାଇଛି । ଉଭୟ ନେତା ଦଳର ନେତୃତ୍ବକୁ ନାଗରିକତା ସଂଶୋଧନକୁ ସମର୍ଥନ କରୁଥିବା ଅଭିଯୋଗରେ କଟୁ ସମାଲୋଚନା କରି ଆସୁଥିଲେ । ନିତିଶ କୁମାର୍ ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ମତାନ୍ତର କଥା ଗତକାଲି ବାହାରକୁ ଆସିଥିଲା । ପ୍ରଶାନ୍ତ କିଶୋର ଦଳତ୍ୟାଗ କରି ଚାଲିଗଲେବି ଦଳକୁ କିଛି ଫରକ ପଡିବ ନାହିଁ ବୋଲି ନିତିଶ ରୋକଠୋକ୍ ଶୁଣାଇ ଦେଇଥିଲେ। ଏକଦା ଅମିତ ସାହାଙ୍କ କହିବାନୁସାରେ ପ୍ରଶାନ୍ତ କିଶୋରଙ୍କୁ ଜେଡି (ୟୁ) ରେ ସାମିଲ କରାଯାଇଥିଲା ବେଳେ ଏବେ ନିଜର ସ୍ବାର୍ଥ ପାଇଁ ଆମ ଆଦମୀ ପାର୍ଟି ପାଇଁ କାର୍ଯ୍ୟ କରୁଛନ୍ତି । ନିତିଶଙ୍କ ଏଭଳି ବୟାନ ପରେ ପ୍ରଶାନ୍ତ ନିଜର ମତ ଟୁଇଟ ଯୋଗେ ଜଣାଇ ଦେଇଛନ୍ତି ।