ଆରମ୍ଭରୁ ସ୍ପୋକନ ଇଂଲିଶ୍

ଭୁବନେଶ୍ବର :ଏଣିକି ରାଜ୍ୟର ସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ପିଲାଙ୍କୁ ସ୍ପୋକନ୍ ଇଂଲିଶ ଶିକ୍ଷା ଦିଆଯିବ । ସରକାରୀ ସ୍କୁଲର ଅମଙ୍ଗ ହେଉଥିବା ଅଭିଭାବକ ଏବଂ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହାସହ ରାଜ୍ୟର ସବୁ ଜିଲ୍ଲାରେ 101ଟି ବିଦ୍ୟାଳୟକୁ ଉତ୍ସର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍କୁଲ ଗୁଡ଼ିକରେ ପ୍ରଥମ ଶ୍ରେଣୀକୁ ସ୍ପୋକନ ଇଂଲିଶ ପାଇଁ ନୂଆ ସେକ୍ସନ କରାଯିବ । ଏହି ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିର ବିକାଶ ପାଇଁ 25 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସ୍ୱାସ୍ଥ୍ୟ ପରେ ଏବେ ପ୍ରାଥମକ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଥିପାଇଁ କିଛି ଦିନ ତଳେ ପ୍ରଥମ ଶ୍ରେଣୀରୁ ଇଂଲିଶ ଶିକ୍ଷା ଦେବା ନେଇ ଘୋଷଣା ହେବା ପରେ ଏବେ ପ୍ରଥମ ଶ୍ରେଣୀରୁ ସ୍ପୋକେନ ଇଂଲିଶ ଶିଖାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ବିଦ୍ୟାଳୟ ଗୁଡ଼ିକ ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ଅର୍ଥରାଶି ଘୋଷଣା କରିଛନ୍ତି । ସେହିପରି 20ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

 

Related Posts