ମୋ ଝିଅର ହତ୍ୟାକାରୀଙ୍କୁ ଫାଶି ଦିଆଯାଉ: ଶ୍ରଦ୍ଧା ୱାକରଙ୍କ ବାପା

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କ ହତ୍ୟାକାଣ୍ଡ ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଲାଇଥିବା ବେଳେ, ଅପରାଧୀକୁ କଠୋର ରୁ କଠୋର ଦଣ୍ଡ ଦେବା ନେଇ ଦାବି ହୋଇ ଆସୁଛି । ସେପଟେ ମୋ ଝିଅର ହତ୍ୟକାରୀଙ୍କୁ ଫାଶି ଦିଆଯାଉ, ମୋ ଝିଅକୁ ଯେମିତି ଅଭିଯୁକ୍ତ ଅଫତାବ୍‌ ହତ୍ୟା କରିଛି ତାଙ୍କୁ ସେମିତି ଦଣ୍ଡ ଦିଆଯାଉ ବୋଲି ଶ୍ରଦ୍ଧା ଙ୍କ ବାପା କହିଛନ୍ତି।

ରାଜଧାନୀ ଦିଲ୍ଲୀରେ ହତ୍ୟାକାଣ୍ଡରେ ପ୍ରାଣ ହରାଇଥିବା ଶ୍ରଦ୍ଧାଙ୍କ ବାପା ବିକାଶ ୱାକର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଅଭିଯୁକ୍ତ ଅଫତାବଙ୍କୁ ତାଙ୍କ ଝିଅ ଭଳି ଖଣ୍ଡବିଖଣ୍ଡିତ କରାଯିବା ଉଚିତ। ଘଟଣାର ସଠିକ୍ ଅନୁସନ୍ଧାନ ହେବା ଉଚିତ୍ ଏବଂ ତାଙ୍କୁ ଫାଶି ଦିଆଯିବା ଉଚିତ୍। ସେହିପରି ଯେଉଁ ମୋବାଇଲ ଆପ୍ ଗୁଡ଼ିକ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରୁଛନ୍ତି କିମ୍ବା ଅବୈଧ କାମ ପାଇଁ ଜାଲ ବିଛାଉଛନ୍ତି ସେଗୁଡ଼କ ବିରୋଧରେ ଯାଞ୍ଚ ହେବା ଉଚିତ। ସେହିପରି ୧୮ ବର୍ଷ ସାବାଳକ ହେବା ପରେ ପିଲାମାନଙ୍କୁ ସ୍ୱାଧୀନ ଭାବେ ଛଡ଼ା ଦିଆଯିବାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି ।

୧୮ ବର୍ଷ ବୟସ ହୋଇଥିବା ପିଲାମାନଙ୍କୁ କାଉନସେଲିଂ ଏବଂ ନିୟନ୍ତ୍ରଣ ରଖିବା ଉଚିତ୍। ମୋ ଝିଅ ଘରୁ ଗଲା ବେଳେ ସେ କହିଥିଲା ଯେ, ସେ ସାବାଳିକା ହୋଇଗଲାଶି। ନିଜ ନିଷ୍ପତ୍ତି ନିଜେ ନେଇ ପାରିବ। ସେଥିପାଇଁ ମୁଁ ଏହା କହୁଛି । ସେହିପରି ମୋ ଝିଅ ସହ ଯାହା ଘଟିଛି, ଅନ୍ୟମାନଙ୍କ ସହ ସେୟା ନଘୁଟୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଘରୁ ଯିବା ପୂର୍ବରୁ ମୋର ଶ୍ରଦ୍ଧାଙ୍କ ସହ କଥାବାର୍ତ୍ତା ହୋଇଥିଲା। ଶ୍ରଦ୍ଧାର ତାର ନିଷ୍ପତ୍ତି ଶୁଣାଇଥିଲା। ମୁଁ କହିଥିଲି ସେ ଆମ ସମ୍ପ୍ରଦାୟର ନୁହଁନ୍ତି। ତାଙ୍କ ସହ ସମ୍ପର୍କ ପାଇଁ ବାରଣ କରିଥିଲି।

ମୋ ଝିଅ କିନ୍ତୁ ତାଙ୍କ ସହ ରହିବାକୁ ଚାହୁଁଥିଲା। ମୋବାଇଲ୍ ଡେଟିଂ ଆପ୍ଲିକେସନ୍ ବମ୍ବଲ୍ ମାଧ୍ୟମରେ ଶ୍ରଦ୍ଧା ମୁମ୍ବାଇରେ ଆଫତାବଙ୍କୁ ଭେଟିଥିଲେ। ତଦନ୍ତରେ ସାହାଯ୍ୟ କରିବା ପାଇଁ ଅଫତାବଙ୍କ ଆକାଉଣ୍ଟରୁ ସବିଶେଷ ତଥ୍ୟ ମାଗିବା ପୁଲିସ ବମ୍ବଲକୁ ଚିଠି ଲେଖିଛି। ତଥାପି ବର୍ତ୍ତମାନସୁଦ୍ଧା ତଦନ୍ତରେ ସେ ସନ୍ତୁଷ୍ଟ ନଥିବା କହିଛନ୍ତି।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଶ୍ରଦ୍ଧା ୱାକର ନାମ୍ନୀ ଜଣେ ଦଳିତ ଝିଅଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଫତାବ ପ୍ରେମ ଜାଲରେ ଫସାଇବା ପରେ ଲିଭ ଇନରେ ରହୁଥିଲା । ତେବେ ବିବାହ କରିବାକୁ ଶ୍ରଦ୍ଧା କହିବାରୁ ଅଫତାବ ମାନୁନଥିଲା । ପରେ ଏନେଇ ଯୁକ୍ତିତର୍କ ହେବାରୁ ଶ୍ରଦ୍ଧାଙ୍କୁ ହତ୍ୟା କରିବାକୁ ଯୋଜନା କରି ଗତ ମେ’ ୧୮ ତାରିଖରେ ତାଙ୍କୁ ହତ୍ୟା କରିଥିଲା । ଖାଲି ହତ୍ୟା କରିନଥିଲା ଶବକୁ ୩୫ ଖଣ୍ଟ କାଟି ଫ୍ରିଜରେ ରଖିଥିଲା । ଆଫତାବ ପ୍ରେମିକା ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡରେ କାଟି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା

Related Posts