ନାଳି କା କୀଡ଼ା ବନାମ ଗଲି ୱାଲି ମାଡ଼ାମ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରବିବାର ଦିନ ଏକ ଟିଭି ବିତର୍କରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍ ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ରଙ୍କୁ “ନାଳି କା କୀଡ଼ା” ବୋଲି କହିଛନ୍ତି। ଏହା ପରଠାରୁ ଟ୍ୱିଟରରେ “# ଗାଲି ୱାଲିମାଡମ୍ ” ଟ୍ରେଣ୍ଡ କରିଆସୁଛି। ନରେନ୍ଦ୍ର ମୋଦୀ ସରକାର ସାତ ବର୍ଷ ପୂର୍ତ୍ତି ଅବସରରେ ଆଜତକ୍ ନ୍ଯୁଜ୍ ଚ୍ୟାନେଲ ରେ ଆଙ୍କର ଅଞ୍ଜନା ଓମ କାଶ୍ୟପଙ୍କ ଏକ ଡିବେଟ୍ ସୋ ରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍ ଏବଂ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ମୁହାଁମୁହିଁ ହୋଇଥିଲେ। ବିତର୍କ ସରଗରମ ହୋଇଥିଲା ଯେତେବେଳେ ଶ୍ରୀନେଟ୍ ଓ ପାତ୍ରା ପରସ୍ପରକୁ ନାଁ ଦେବା ଆରମ୍ଭ କରିଥିଲେ । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଶ୍ରୀନାଟଙ୍କୁ “ଅନପଢ” (ଅଶିକ୍ଷିତ) ବୋଲି କହିଥିଲେ ଏବଂ କଂଗ୍ରେସକୁ “ଏକ ନମ୍ବର ଜୋକର ପାର୍ଟି” ବୋଲି କହିଥିଲେ , ଏହାର ଜବାବରେ କଂଗ୍ରେସ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ “ଦୋ କୌଡି କେ ନାଳି କା କୀଡ଼ା” ବୋଲି କହିଥଲେ। ଏବଂ ତାଙ୍କୁ “ଆରେ ଚୁପ୍ ହୋ ଜା ନାଳି କା କୀଡ଼ା ଝୁଠ୍ କହିଁ କା ( ଚୁପ୍ ରହ , ତୁମେ ମିଥ୍ୟାବାଦୀ”) । ଡିବେଟ୍ ଆରମ୍ଭରେ ଚୀନ୍‌ର ନାମ ନେବାକୁ ବିଜେପିର ସାହସ ନାହିଁ ବୋଲି କଂଗ୍ରେସ ପ୍ରବକ୍ତା କହିଥିଲେ । ଏହା ପରେ ସମ୍ବିତ୍ ପାତ୍ର ତାଙ୍କ ଟ୍ୱିଟର ଆକାଉଣ୍ଟରେ # ଗାଲି ୱାଲିମାଡାମ ହ୍ୟାସଟ୍ୟାଗ ରେ ଡିବେଟ୍ ର ଏକ କ୍ଲିପ ସେୟାର କରିଛନ୍ତି। ସେ ଲେଖିଛନ୍ତି, “ବନ୍ଧୁଗଣ, ଆପଣ ସମସ୍ତେ ଏହି ଭିଡିଓ ଦେଖିବା ଜରୁରୀ … ଏବଂ ଭାବନ୍ତୁ ଯେ କିଛି ଲୋକ କେତେ ନୀଚ୍ଚ ସ୍ତରକୁ ଯାଇପାରନ୍ତି। ସେମାନଙ୍କର ନୈତିକତା କ’ଣ ? ଏହା ଖୁବ୍ କଷ୍ଟଦାୟକ ଅଟେ।” ଏହି ଭିଡିଓରେ ଆମିଷ ଦେବଗାନଙ୍କ ଦ୍ୱାରା ନ୍ୟୁଜ୍ 18 ଇଣ୍ଡିଆରେ ଦୁଇ ମୁଖପାତ୍ରଙ୍କ ମଧ୍ୟରେ ହୋଇଥିବା ଅନ୍ୟ ଏକ ଡିବେଟ୍ ର କ୍ଲିପ୍ ମଧ୍ୟ ରହିଛି , ଯେଉଁଥିରେ ଶ୍ରୀନେଟ୍ ସମ୍ବିତ୍ ପାତ୍ରଙ୍କୁ “ଛିଛୋରା” କହିଥଲେ ଏବଂ କଂଗ୍ରେସ ପ୍ରବକ୍ତାଙ୍କୁ ସମ୍ମାନର ସହ କଥା ହେବାକୁ କହିଥିଲେ। ଏହା ପରେ ଉଭୟ ଦଳର ସମର୍ଥକ ନିଜ ଦଳର ପ୍ରବକ୍ତାଙ୍କ ସମର୍ଥନରେ ଟ୍ବିଟ୍ କରି ଥିଲେ।

Related Posts