ନରସିଂହଙ୍କ ପ୍ରଶ୍ନରେ ଘାଇଲା ନବୀନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଧର୍ମଶାଳା VLW ସ୍ମିତାରାଣୀଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ କମ୍ପିଲା ବିଧାନସଭା । ବିରୋଧୀଙ୍କ ପ୍ରଶ୍ନ ବାଣରେ ଘାଇଲା ସରକାର । କାହା ସହଯୋଗରେ ଜଣେ ଚା ବିକାଳିରୁ ହଜାରେ କୋଟି ସମ୍ପତ୍ତିର ମାଲିକ ହେଲେ ରୂପେଶ ଭଦ୍ର ?

ସରକାରୀ ଦଳ ନେତାଙ୍କ ବିନା କ’ଣ ଏହା ସମ୍ଭବ ?

ପରିସ୍ଥିତି କ’ଣ ହୋଇଥିଲା ଯେ ଜଣେ ସରକାରୀ କର୍ମଚାରୀ (ସ୍ମିତାରାଣୀ)ଙ୍କୁ ରୂପେଶଙ୍କ ରଙ୍ଗଶାଳାକୁ ଯିବାକୁ ପଡ଼ିଥିଲା ?

30 ମିନିଟ ଭିତରେ ରଙ୍ଗଶାଳାରେ ହଠାତ କ’ଣ ହୋଇଥିଲା ଯେ ସ୍ବିତାରାଣୀ ଆତ୍ମହତ୍ୟା କଲେ ?

ଯଦି ଆତ୍ମହତ୍ୟା କରିବାର ଥିଲା ତାଙ୍କ ଘରେ ନକରି ରୂପେଶଙ୍କ ରଙ୍ଗଶାଳାରେ କାହିଁକି କଲେ ?

ଇଡି କାହିଁକି ଏହି ଘଟଣାରେ ମାମଲା ରୁଜୁ ନକରି ଚୁପ୍ ବସିଛି ?

ସ୍ବିତାରାଣୀ ମୃତ୍ୟୁ ଘଟଣାରେ ରାଷ୍ଟ୍ର ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏଭଳି ପ୍ରଶ୍ନ ପଚାରି ସରକାରଙ୍କ ଚରିତ୍ର ସଂହାର କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ସନ୍ତୋଷ ସିଂହ ସାଲୁଜା ରାଜ୍ୟ ସରକାରଙ୍କୁ ସିଧା ଆକ୍ରମଣ କରିଥିଲେ । ଘଟଣା ପଛରେ ଶାସକ ଦଳର ମନ୍ତ୍ରୀ, ବିଧାୟକ ଏବଂ ପୋଲିସର ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ ।  ଅନ୍ୟପଟେ ବିଜେପି ସଦସ୍ୟମାନେ ବି ସ୍ମିତାରାଣୀ ମୃତ୍ୟୁ ଘଟଣାରେ ମୋସନ ଜରିଆରେ ଆଲୋଚନା ପାଇଁ ଏବଂ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।

Related Posts