ଦେଶରେ କେମିତି ବଢ଼ିବ ଚାକିରି – ମୋଦି ସରକାରଙ୍କୁ ଫର୍ମୁଲା ଦେଲେ ନାରାୟଣ ମୂର୍ତ୍ତି

ନାରାୟଣମୂର୍ତ୍ତି ଆଗାମୀ ଦଶ ବର୍ଷ ଭିତରେ ଚାକିରି ସୃଷ୍ଟି କରିବାକୁ ମୋଦି ସରକାରଙ୍କୁ ମନ୍ତ୍ର ଦେଇଛନ୍ତି । ନାରାୟଣମୂର୍ତ୍ତି କହିଛନ୍ତି ମୋଦି ସରକାର ଦେଶର ବ୍ୟବସାୟୀଙ୍କ ପାଇଁ ଅଚ୍ଛେ ଦିନ ଆଣିବା ସହ ସାରା ବିଶ୍ବର ବ୍ୟବସାୟୀଙ୍କର ନିବେଶ ଆଣିବାର କାମ କରନ୍ତୁ ।

ଦେଶରେ ରୋଜଗାର ନୀତିର ସବୁଠାରୁ ବଡ଼ ବିଡ଼ମ୍ବନା ହେଲା ଗତ ଏକ ଦଶକ ଭିତରେ ଦେଶରେ ଆର୍ଥିକ ବିକାଶ ହାର ଲଗାତାର ଦ୍ରୁତ ହେଉଛି କିନ୍ତୁ ଚାକିରି ପରିସଂଖ୍ୟାନ ଗମ୍ଭୀର ସ୍ଥିତିକୁ ଯାଉଛି । ଗୋଟିଏ ପଟେ ବିଶ୍ବ ସ୍ତରରେ ଅର୍ଥଶାସ୍ତ୍ରୀ ଏହାକୁ ଜବ୍‌ ଲେସ୍‌ ଗ୍ରୋଥ୍‌ କହୁଛନ୍ତି, ଚାକିରି ସମସ୍ୟା ମୋଦି ସରକାର ପାଇଁ ସବୁଠାରୁ ବଡ଼ ଆହ୍ବାନ ହୋଇ ସାମ୍ନାକୁ ଆସିଛି ।

ଏମିତି ସ୍ଥିତିରେ ସରକାର ଚିନ୍ତାରେ । ଏହାର ଉଦାହରଣ ହେଉଛି କିଛି ଦିନ ତଳେ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିଥିଲେ, ଯେ ଯଦି ରାସ୍ତା କଡ଼ରେ ପକୁଡ଼ି ବିକ୍ରି କରି ଜଣେ ଯୁବକ ଦିନକୁ 200 ଟଙ୍କା ଆୟ କରୁଛି, ତେବେ ଏହାକୁ ରୋଜଗାର ସୃଜନ କୁହାଯିବାର ଆବଶ୍ୟକତା ରହିଛି ।
ସେପଟେ ଗତ ଦଶ ଦୁଇ ଦଶନ୍ଧି ଧରି ଦେଶରେ ନୂଆ ନିଯୁକ୍ତି ସୃଷ୍ଟି କରିବାରେ ପାରଙ୍ଗମ ହାସଲ କରିଥିବା ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଆଗାମୀ ଦଶ ବର୍ଷ ଭିତରେ ଦେଶରେ ରୋଜଗାର ସୃଜନ ସୃଷ୍ଟି କରିବାକୁ ମୋଦି ସରକାରଙ୍କୁ ମନ୍ତ୍ର ଦେଇଛନ୍ତି । ଏକ ସାକ୍ଷାତକାରରେ ନାରାୟଣମୂର୍ତ୍ତି କହିଛନ୍ତି, ଯେ ମୋଦି ସରକାର ଦେଶର ବ୍ୟବସାୟୀଙ୍କ ପାଇଁ ଅଚ୍ଛେ ଦିନ ଆଣିବା ସହ ସାରା ବିଶ୍ବର ବ୍ୟବସାୟୀଙ୍କର ନିବେଶ ଆଣିବାର କାମ କରନ୍ତୁ ।

ନାରାୟଣମୂର୍ତ୍ତି କହିଛନ୍ତି ଯେ ଏବେ ବିଶ୍ବ ସ୍ତରରେ ରହିଥିବା ଚ୍ୟାଲେଞ୍ଜ ସବୁ ଭିତରେ ଯଦି ଦେଶର ସରକାର ନିଯୁକ୍ତିର ସୃଜନକୁ ଗୁରୁତର ସହ ନେଉଛନ୍ତି, ତେବେ ସରକାରଙ୍କୁ ଏହି ଦୁଇ ପକ୍ଷ ଉପରେ ସାଧୁତାର ସହ କାମ କରିବାକୁ ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ ଗତ ଦେଢ଼ ଦଶକ ଭିତରେ ଦେଶର ଅର୍ଥବ୍ୟବସ୍ଥା ଗୋଟିଏ ପଟେ ଅଧିକ ବେଗରେ ଆଗକୁ ବଢୁଥିବାବେଳେ ନିଯୁକ୍ତିର ପରିସଂଖ୍ୟାନ ଏହି ସମୟ ମଧ୍ୟରେ 2.87 ପ୍ରତିଶତ ହାରରୁ କମି 1 ପ୍ରତିଶତରୁ ବି କମ୍‌ ସ୍ତରରେ ପହଞ୍ଚି ଯାଇଛି ।
ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ପାଇଁ ନାରାୟଣମୂର୍ତ୍ତି ନିଯୁକ୍ତି ସୃଜନର ମୂଳମନ୍ତ୍ର ଦେଲେ, ଅନ୍ୟପଟେ ବ୍ୟବସାୟୀଙ୍କୁ ବି ଅନୁରୋଧ କରିଛନ୍ତି ଯେ ଆଗାମୀ ଦଶକରେ ଅଧିକରୁ ଅଧିକ ଯୁବ ବର୍ଗଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତୁତି କରିବା ଅତ୍ୟନ୍ତ ଆବଶ୍ୟକ । ଏଥିପାଇଁ ବ୍ୟବସାୟୀମାନେ ନୂଆ ଯୁଗର ଟେକ୍ନୋଲୋଜିରେ ନିବେଶ ଓ ତାଲିମ୍‌କୁ ସର୍ବାଧିକ ଗୁରୁତ୍ବ ଦିଅନ୍ତୁ । ନାରାୟଣମୂର୍ତ୍ତି କହିଛନ୍ତି, ଯେ ଗତ ଦେଢ଼ ଦଶକ ଭିତରେ ଇନଫୋସିସ୍‌ର ସଫଳତାର ସବୁଠାରୁ ବଡ଼ ରହସ୍ୟ ହେଉଛି, କମ୍ପାନୀ ଯୁବବର୍ଗଙ୍କୁ ଟ୍ରେନିଂ ଦେବା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଇଛି । ଏବେ କମ୍ପାନୀ ପାଖରେ ପ୍ରତିଦିନ 14 ହଜାର ଯୁବକଙ୍କୁ ତାଲିମ୍‌ ଦେବାର କ୍ଷମତା ଅଛି ।

Related Posts