ଖୋର୍ଦ୍ଧା ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେପି ନେତା ନରେନ୍ଦ୍ର ନାଥ ନାୟକଙ୍କ ପରଲୋକ

ବାଲିପାଟଣା : ଆଖି ବୁଜିଲେ ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ନାଥ ନାୟକ ଓରଫ ନରି ଭାଇ | ଗତକାଲି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା |

କୁରୁଞ୍ଜିପୁର ପଞ୍ଚାୟତ ମାଛପୁର ଗ୍ରାମରେ ନରେନ୍ଦ୍ର ନାଥ ଜନ୍ମଗ୍ରହଣ କରିଥିଲେ | ଅସୁସ୍ଥତା କାରଣରୁ ସେ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ | ଗତକାଲି ବିଳମ୍ୱିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି |

ସ୍ବର୍ଗତ ନାୟକ ଗତ ନିର୍ବାଚନରେ ବିଜେପିରୁ ଟିକେଟ ପାଇ ଜୟଦେବ ବିଧାୟକ ପଦ ପାଇଁ ଲଢ଼ିଥିଲେ | ସେ ଜଣେ ଲୋକପ୍ରିୟ ନେତା ଓ ସୁସଂଗଠନ ଥିଲେ | ତାଙ୍କ ଅକାଳ ବିୟୋଗରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ଦଳୀୟ କର୍ମୀ ମର୍ମାହତ ହେବା ସହ ଅମର ଆତ୍ମାଙ୍କ ସଦଗତି କାମନା କରିଛନ୍ତି | ପୂର୍ବାହ୍ନ ୧0 ଟାରେ ହସ୍ପିଟାଲରୁ ପାର୍ଥିବ ଶରୀର ବାହାରିବା ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଓ ପରେ ବାଳକାଟି , ବାଲିପାଟଣା ଏବଂ ପୈତୃକ ଗ୍ରାମକୁ ଶୋଭାଯାତ୍ରାରେ ଅଣାଯିବ | ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଜଣାପଡିଛି | ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି

Related Posts