କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ୬୭ଟି ବୁଥ୍ ଗଠନ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଭୋଟ ଗ୍ରହଣ । ନାମାଙ୍କନ ଦାଖଲ ଓ ପ୍ରତ୍ୟାହାର ପକ୍ରିୟା ଶେଷ ହେବା ପରେ ଏବେ ମଇଦାନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ଦୁଇଜଣ ପ୍ରାର୍ଥୀଙ୍କର ନାମ କାଏମ୍ ରହିଛି।

ସେମାନେ ହେଉଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶୀ ଥରୁର। ଏ ଦୁଇଜଣଙ୍କ ପାଇଁ ଅକ୍ଟୋବର ୧୭ରେ ଭୋଟ ଗ୍ରହଣ ହେବାର ଥିବା ବେଳେ ସେଥିପାଇଁ ବିଭିନ୍ନ ରାଜ୍ୟରେ ମୋଟ ୬୭ଟି ବୁଥ୍ ଗଠନ କରାଯାଇଛି ବୋଲି ଦଳର‌ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ (ସିଇଏ) ପ୍ରକାଶ କରିଛନ୍ତି।

ଏଆଇସିସି ମୁଖ୍ୟାଳୟରେ ବି ଗୋଟିଏ ବୁଥ୍ ହେବ। ଭାରତ ଯୋଡ଼ା ଯାତ୍ରାରେ ଥିବା ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କ ପାଇଁ ଏକ କ୍ୟାମ୍ପ ବୁଥ୍ ହେବ ବୋଲି ସିଇଏ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି କହିଛନ୍ତି। ଅକ୍ଟୋବର ୧୭ରେ ଦିନ ୧୦ଟାରୁ ୪ଟା ଭିତରେ ଭୋଟ ହେଲା ପରେ ୧୯ରେ ଗଣତି ହୋଇ ଫଳ ପ୍ରକାଶ ପାଇବ।

Related Posts