ଶାହିନବାଗ ଆନ୍ଦୋଳନ : ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ଶାହିନ ବାଗରେ ପ୍ରଦର୍ଶନକାରୀଙ୍କ ଦ୍ୱାରା ପାଖାପାଖି ୨ ମାସ ଯାଏଁ ବନ୍ଦ ଥିବା ସଡ଼କ ଖାଲି କରିବା ନେଇ ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟ ପୁଣି ଥରେ ଶୁଣାଣୀ କରିବେ । ଗତ ଥର ଶୁଣାଣୀ ସମୟରେ ସୁପ୍ରିମ କୋର୍ଟ ଟିପ୍ପଣୀ ଦେଇ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୋଲିସକୁ ନୋଟିସ ପଠାଇଥିଲେ । ଆଜି ଏହି ନୋଟିସର ସୁପ୍ରିମ କୋର୍ଟରେ ପକ୍ଷ ରଖିବେ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶାହିନ ବାଗର ମହିଳାମାନେ ମଧ୍ୟ କୋର୍ଟରେ ନିଜର ଅଧିକାରୀ କହିବେ ।

ଗତ ଥର ଶୁଣାଣୀ ସମୟରେ ସୁପ୍ରିମ କୋର୍ଟ କହିଥିଲେ ଯେ, କୌଣସି ସର୍ବସାଧାରଣ ସ୍ଥାନରେ ଦୀର୍ଘ ଦିନ ଯାଏଁ ପ୍ରଦର୍ଶନ କରାଯାଇ ପାରିବ ନାହିଁ । ମାତ୍ର ସଡ଼କ ଖାଲି କରିବାକୁ କୌଣସି ଆଦେଶ ଦେଇ ନ ଥିଲେ । ପରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୭କୁ ନିର୍ଦ୍ଧାରଣ କରିଥିଲେ ।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ (CAA) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (NRC) ବିରୋଧରେ ଶାହିନ ବାଗରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି କାରଣରୁ ଦିଲ୍ଲର ରୋଡ ୧୩-ଏ ବନ୍ଦ ରହିଛି । ଏହି ରୋଡ ଦିଲ୍ଲୀ ଓ ନୋଏଡାକୁ ସଂଯୋଗ କରୁଛି । ସଡ଼କ ବନ୍ଦ ହେବା ଫଳରେ ନୋଏଡାରୁ ଦିଲ୍ଲୀ ଯାଉଥିବା ଲୋକଙ୍କୁ ଅଧିକ ସମୟ ଲାଗୁଛି । ଲୋକେ ଭିନ୍ନ ରାସ୍ତା ଦେଇ ନୋଇଡାରୁ ଦିଲ୍ଲୀ ଯାଉଛନ୍ତି । ଫଳରେ ଅଧିକ ସମୟ ଦରକାର ପଡୁଛି ।

Related Posts