ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ-୨୦୧୯

ସତ୍ୟପାଠ ବ୍ୟୁରୋ : ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାତୀୟ ଚଳଚିତ୍ର ଉତ୍ସବ ପୁରସ୍କାର ଘୋଷଣା ହୋଇଛି। ସବୁ ବର୍ଷ ଏପ୍ରିଲ ମାସରେ ଏହି ଉତ୍ସବ ଆୟୋଜନ ସହ ପୁରସ୍କାର ଘୋଷଣା ହୋଇଥାଏ। ତେବେ ଚଳିତବର୍ଷ ସାଧାରଣ ନିର୍ବାଚନ ଯୋଗୁ ଜାତୀୟ ଚଳଚିତ୍ର ଉତ୍ସବ ଆୟୋଜନରେ ବିଳମ୍ବ ହୋଇଥିଲା। ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ୬୬ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା ହୋଇଛି। ଆସନ୍ତୁ ଜାଣିବାକୁ କାହାକୁ ମିଳିଛି କେଉଁ ପୁରସ୍କାର ।

ରଣବୀର ସିଂହଙ୍କ ଚଳଚିତ୍ର ‘ଗଲି ବୟ’କୁ ବେଷ୍ଟ ଫିଲ୍ମ ଆୱାର୍ଡ ମିଳିଛି। ଜୋୟା ଅଖତର ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂହଙ୍କ ସହ ଆଲିଆ ଭଟ୍ଟ ଅଭିନୟ କରିଥିବା ବେଳେ ଗତ ଫେବୃଆରୀ ୧୪ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିଥିଲା। ତବୁଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନୀତି ପ୍ରଦାନ କରାଯାଇଥିବା ବେଳେ ବେଷ୍ଟ ମ୍ୟୁଜିକ୍ ଆୱାର୍ଡ ସଞ୍ଜୟଲିଲା ଭଁସାଲୀଙ୍କ ‘ପଦ୍ମାବତ’କୁ ମିଳିଛି।  ସେହିପରି ‘ଆୱି’ ଓ  ‘କେଜିଏଫ’କୁ ସ୍ପେସିଆଲ ଇଫେକ୍ଟ ନିମନ୍ତେ  ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ‘ପଦ୍ମାବତ’ର ଗୀତ ଘୁମର ଲାଗି କୃତି ମହେଶ ମିଧ୍ୟାଙ୍କୁ ବେଷ୍ଟ କୋରିଓ ଗ୍ରାଫର ପୁରସ୍କାର ମିଳିବ।  ଆୟୁଷ୍ମାନ ଖୁରାନା, ତବୁ ଓ ରାଧିକା ଆପ୍ତେଙ୍କ ଫିଲ୍ମ ‘ଅନ୍ଧାଧୁନ’କୁ ବେଷ୍ଟ ହିନ୍ଦୀ ଫିଲ୍ମ ଆୱାର୍ଡ, ଶ୍ରୁତି ହରିହରନ, ଜୋଜୁ ଜର୍ଜ (ଜୋସେଫ), ସାବିତ୍ରୀ ଓ ଚନ୍ଦ୍ରଚୁଡ ରାୟଙ୍କୁ ସ୍ପେସାଲ ମେନସନ ଆୱାର୍ଡ ନିମନ୍ତେ ମନୋନୟନ ହୋଇଥିବା ବେଳେ ଉତ୍ତରାଖଣ୍ଡ  ମୋଷ୍ଟ ଫିଲ୍ମଫ୍ରେଣ୍ଡଲି ଷ୍ଟେଟ ଭାବେ ପୁରସ୍କୃତ ହେବ।

କେରଳର ମାଲାୟଲମ ଲେଖକ ବ୍ଲେ ଜାନି ଓ ଅନନ୍ତ ବିଜୟଙ୍କୁ ବେଷ୍ଟ ଫିଲ୍ମ କ୍ରିଟିକ ଆୱାର୍ଡ ପାଇଁ ମନୋନୟ କରାଯାଇଥିବା ବେଳେ  ଅରଜିତ ସିଂହ  ବେଷ୍ଟ ମେଲ ସିଙ୍ଗର ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି। ଫିଲ୍ମ ‘ଉରୀ’କୁ ବେଷ୍ଟ ମ୍ୟୁଜିକ ଡାଇରେକ୍ସନ ଆୱାର୍ଡ, ବେଷ୍ଟ ମରାଠୀ ଫିଲ୍ମ ପୁରସ୍କାର ‘ଭୋଙ୍ଗା’କୁ ପ୍ରଦାନ କରାଯାଇଛି। ସେହିପରି ବେଷ୍ଟ ରାଜସ୍ଥାନୀ ଫିଲ୍ମ ଭା ‘ଟର୍ଟଲ’ ପୁରସ୍କୃତ ହୋଇଛି। ଚଳିତ ବର୍ଷ ବେଷ୍ଟ ସର୍ଟ ଫିଲ୍ମ(ଫିଚର) ପୁରସ୍କାର  ନିର୍ଦ୍ଦେଶକ ଆଦିତ୍ୟ ସୁହାସଙ୍କ ‘ଖରବାସ’କୁ ମିଳିଛି। ବେଷ୍ଟ ଉର୍ଦ୍ଧୁ ଫିଲ୍ମ ଭାବେ ‘ହାମିଦ’, ବେଷ୍ଟ ତେଲୁଗୁ ଫିଲ୍ମ ଭାବେ ‘ମହନ୍ତି’, ବେଷ୍ଟ କନ୍ନଡ ଫିଲ୍ମ ଭାବେ  ‘ନଥିଚରମି’, ବେଷ୍ଟ ଆସାମୀ ଫିଲ୍ମ ‘ବୁଲବୁଲ୍ କାଇନ୍ ସିଙ୍ଗ’, ବେଷ୍ଟ ପଞ୍ଜାବୀ ଫିଲ୍ମ-‘ହରଜିତା’, ବେଷ୍ଟ ଗୁଜରାତି ଫିଲ୍ମ ‘ରେୱା’, ବେଷ୍ଟ ଆକ୍ସନ ଫିଲ୍ମଭାବେ ‘କେଜିଏଫ୍’(କନ୍ନଡ), ବେଷ୍ଟ ଆକ୍ଟର ଭାବେ  ବିକ୍କି କୌଶଲ, ଆୟୁଷ୍ମାନ ଖୁରାନା ଓ ବେଷ୍ଟ ଆକ୍ଟ୍ରେସ୍ ଭାବେ କିର୍ତ୍ତୀ ସୁରେଶ ମନୋନୀତ ହୋଇଛନ୍ତି। ଅଷ୍ଟ୍ରେଲିଆ ଭିକ୍ଟୋରିୟନ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ମେଲବର୍ଣ୍ଣ ଭାରତୀୟ ଫିଲ୍ମ ମହୋତ୍ସବ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Related Posts