କାର୍ଯ୍ୟକାରିଣୀ ବୈଠକରୁ ବାହାରିଗଲେ ସୋନିଆ ଓ ରାହୁଲ

ସତ୍ୟପାଠ ବ୍ୟୁରୋ : କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ବସିଛି । ଏହି ବୈଠକରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ଗୃହୀତ ହୋଇଥିବା ସୂଚନା ମିଳିଛି । ବୈଠକରେ ସୋନିଆ ଗାନ୍ଧୀ ଓ ରାହୁଲ ଯୋଗଦେଇଥିଲେ ବି ପରବର୍ତ୍ତୀ ସମୟରେ ବୈଠକରୁ ବାହାରି ଆସିଛନ୍ତି । କେରଳ ଯିବାକୁ କହି ରାହୁଲ ଚାଲି ଆସିଥିବା ବେଳେ ତାଙ୍କ ପଛେ ପଛେ ସୋନିଆ ବି ବୈଠକରୁ ବାହାରି ଆସିଥିଲେ ।

ବୈଠକରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସୋନିଆ ଗାନ୍ଧୀ । ସୋନିଆ କହିଛନ୍ତି କଂଗ୍ରେସର ନୂଆ ନେତା ବାଛିବାରେ ଗାନ୍ଧୀ ପରିବାର ସାମିଲ ହେବା ଉଚିତ ନୁହେଁ । କାର୍ଯ୍ୟକାରିଣୀ କମିଟି ନୂଆ ନେତା ବାଛିବ । ତେବେ ମିଳିଥିବା ଖବର ଅନୁସାରେ ବୈଠକର ପ୍ରଥମ ଅଧିବେଶନ ଶେଷ ହୋଇଛି ଓ ସଂଧ୍ୟାରେ ଆଉ ଥରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।

Related Posts