ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ ମାମଲା; ସୋନିଆ ଓ ରାହୁଲଙ୍କୁ ଜେରା ପରେ ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ ଖବରକାଗଜ କାର୍ଯ୍ୟାଳୟରେ ଇଡିର ଚଢ଼ାଉ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ଖବରକାଗଜ ମାମଲାରେ କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଜେରା ହେବା ପରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ ଖବରକାଗଜ କ‌ାର୍ଯ୍ୟାଳୟ ପରିସରରେ ଚଢ଼ାଉ କରିଛି। ଇଡି ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ଖବରକାଗଜ ମାମଲାରେ ସୋନିଆଙ୍କୁ ୩ ଥର ଜେରା କରି ସାରିଛି।ତୃତୀୟ ଥର ସୋନିଆଙ୍କୁ ଦୀର୍ଘ ୩ ଘଣ୍ଟା ଧରି ଜେରା କରିଥିଲା ଇଡି। ଏହା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟରେ ଇଡି ସୋନିଆଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା ହୋଇଥିଲା। ସୋନିଆ ଙ୍କ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଏହି ମାମଲାରେ ଇଡି ବାରମ୍ବାର ଜେରା କରିସାରିଛି।

ସୂଚନା ଯୋଗ୍ୟ ଯେ, ସୋନିଆ ଓ ରାହୁଲଙ୍କୁ ଜେରା ସମୟରେ କଂଗ୍ରେସ ସମଗ୍ର ଦେଶ ବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିଲା ଓ ଇଡି କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରିଥିଲା। ସେହିପରି ଶୋନିଆଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଜେରା କାଳରେ ବିରୋଧ ପ୍ରଦର୍ଶନ ବେଳେ ରାହୁଲ ଗାନ୍ଧୀଙ୍କୁ ପୁଲିସ୍‌ ଅଟକ ରଖିଥିଲା। ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା କୁ ବି ପୁଲିସ୍‌ ଧରି ଅଟକ ରଖିଥଲା। ପ୍ରଥମ ଥର ଓ ଦ୍ବିତୀୟ ଥର ଜେରା ବେଳେ ସୋନିଆଙ୍କ ସହ ପୁଅ ରାହୁଲ ଓ ଝିଅ ପ୍ରିୟଙ୍କା ଯାଇଥିବା ବେଳେ ତୃତୀୟ ଥର ଜେରା ସମୟରେ ସୋନିଆଙ୍କ ସାଥୀରେ ପ୍ରିୟଙ୍କା ନଜର ଆସିଥିଲେ।

Related Posts