ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରକାଶ ପାଇଲା ପଲିଟେକ୍‌ନିକ୍‌ କଲେଜର ରାଙ୍କିଂ; ସୂଚନା ଦେଲେ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ପ୍ରଥମ ଥର ପାଇଁ ପଲିଟେକ୍‌ନିକ୍‌ କଲେଜର ରାଙ୍କିଂ ପ୍ରକାଶ ପାଇଛି। ମଙ୍ଗଳବାର ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏହାର ରାଙ୍କିଂ ଉନ୍ମୋଚନ କରିଛନ୍ତି। ଏଥିରେ ୧୧୦ ଟି ପଲିଟେକ୍ନିକାଲ କଲେଜ ଭାଗ ନେଇଥିଲେ ସେଥିମଧ୍ୟରୁ ୧୦୨ଟି ସରକାରୀ ଓ ବେସରକାରୀ ପଲିଟେକନିକ କଲେଜକୁ ରାଙ୍କ ପ୍ରଦାନ କରାଯାଇଛି।

ଖବର ଅନୁଯାୟୀ, ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ପଲିଟେକନିକ ଇନଷ୍ଟିଚ୍ୟୁଟ ଏଥିରେ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଥିବା ୩୪ଟି ସରକାରୀ ପଲିଟେକ୍ନିକ ସହ ୬୮ଟି ବେସରକାରୀ ପଲିଟେକନିକ କଲେଜକୁ ଏହି ରାଙ୍କ୍ ମିଳିଛି । ପ୍ରଥମ ୧୦ଟି ସ୍ଥାନରେ ୫ଟି ସରକାରୀ ଓ ୫ଟି ବେସରକାରୀ କଲେଜ ରହିଛି । ମୋଟ ୭ଟି ପାରାମିଟରକୁ ଆଧାର କରି ରାଙ୍କିଂ ହୋଇଛି। ରାଙ୍କିଂ ଦ୍ୱାରା କଲେଜ ଗୁଡିକ ମଧ୍ୟରେ ପାଠ ପଢାଠାରୁ ଆରମ୍ଭ କରି ପ୍ଲେସମେଣ୍ଟ ସହ ସମସ୍ତ କ୍ଷେତ୍ରରେ ପ୍ରତିଯୋଗିତା ବଢିବ ଓ ପିଲାମାନେ ଲାଭାନ୍ୱିତ ହେବେ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ କହିଛନ୍ତିl

Related Posts