ନ୍ୟାସନାଲ ହେରାଲ୍ଡ ଅର୍ଥ ହେରଫେର ମାମଲା; ସୋନିଆ ଗାନ୍ଧୀଙ୍କୁ ଇଡିର ଜେରା ଶେଷ, ପୁଣି ସୋମବାର ହଜାର ହୋଇ ପାରନ୍ତି ସୋନିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ନ୍ୟାସନାଲ ହେରାଲ୍ଡ’ ଖବରକାଗଜ ଅର୍ଥ ହେରଫେର ମାମଲାରେ ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ପଚରାଉଚରା ଶେଷ ହୋଇଛି। କେନ୍ଦ୍ରୀୟ ଏଜେନ୍ସି ଇଡି ସୋମବାର ପୁନର୍ବାର ତାଙ୍କୁ ପଚରାଉଚରା ପାଇଁ ଡାକିପାରେ। ଆଜି ପ୍ରାୟ ତିନି ଘଣ୍ଟା ଧରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ। ଏହି ମାମଲାରେ ଇଡି ପୂର୍ବରୁ ସୋନିଆ ଗାନ୍ଧୀଙ୍କ ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୫୦ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲେ। ଏହି ଅନୁସନ୍ଧାନ ନ୍ୟାସନାଲ ହେରାଲ୍ଡ ଖବରକାଗଜର ମାଲିକ ଥିବା କଂଗ୍ରେସ-ପ୍ରୋତ୍ସାହିତ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡରେ ହୋଇଥିବା ଆର୍ଥିକ ଅନିୟମିତତା ସହ ଜଡିତ।

Related Posts