
ଭୁବନେଶ୍ବର : ଆଜି ଜାତୀୟ ଶିଶୁ କନ୍ୟା ଦିବସ । ଏହି ଦିବସଟିକୁ ଜାତୀୟ ସ୍ତରରେ ଶିଶୁ କନ୍ୟାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଛି । ଆଜିର ଶିଶୁ ଆସନ୍ତା କାଲି ଦେଶର ନାଗରିକ । କୁହାଯାଏ ଶିଶୁ କନ୍ୟା ନାହିଁ ତ ମାଆ ନାହିଁ । କନ୍ୟାକୁ କନ୍ୟା ରତ୍ନ ମଧ୍ୟ କୁହାଯାଏ । ବିବାହ ସମୟରେ କନ୍ୟାର ପିତା ତାର କନ୍ୟା ରୂପି ରତ୍ନକୁ ଦାନ ଦେଇ ଅନେକ ପୂଣ୍ୟ ଅର୍ଜନ ମଧ୍ୟ କରିଥାନ୍ତି । ତେବେ ଯଦି ନାରୀର ସ୍ଥାନ ଏତେ ଉଚ୍ଚରେ ଏଠି ପ୍ରଶ୍ନ ଉଠୁଛି ,କଣ ଆଜିର ସମାଜରେ ନାରୀ ଅବଳା ଆଉ ଦୁର୍ବଳା ହୋଇ ନାହିଁ ? ନାରୀ ଆଉ ଅବହେଳିତ,ନିଷ୍ପେଷିତ, ନିର୍ଯ୍ୟାତିତ ହୋଇ ନାହିଁ । ସ୍ବାଧିନତା ର ଏତେ ବର୍ଷ ପରେ ବି ଏହି ସବୁ ପ୍ରଶ୍ନ କେବଳ ଆମ ମନରେ ନୁହେଁ , ସମସ୍ତଙ୍କ ମନରେ ଉଙ୍କି ମାରୁଛି ।
ସେପଟେ ପୁରଷ ପ୍ରଧାନ ସମାଜରେ କୁହାଯାଉଛି କି ନାରୀକୁ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଆଜି ବି ନାରୀକୁ ତାହାର ସ୍ଥାନ ମିଳିପାରି ନାହିଁ । କିନ୍ତୁ ଦେଖିବାକୁ ଗଲେ ଏବେ ସମାଜରେ ନାରୀଙ୍କ ପାଇଁ ସମସ୍ତଙ୍କ ଆଭିମୁଖ୍ୟ ବଦିଳିଛି । ଏପରିକି ଗୋଟେ ଶିଶୁ କନ୍ୟାକୁ ଆଖି ନଖୋଲିବା ପୂର୍ବରୁ ନାଁ ଦିଆଯାଉଛି ଅଲୋଡା ଶିଶୁ କନ୍ୟା ।ଏଠି ବାଳିକା ଗୃହ କନ୍ୟା ମାନଙ୍କ ପାଇଁ ଅସୁରକ୍ଷିତ, ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ତେଣୁ ଏଭଳି ସ୍ଥତିରେ ନାରୀଙ୍କ ପ୍ରତି ବୃଦ୍ଧି ପାଉଥିବା ଅନ୍ୟାୟ ଓ ଅତ୍ୟାଚାର ଉପରେ ରୋକ ଲଗାଇବାକୁ ପଡିବ । ଏଥିପାଇଁ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ।ତେବେ ଯାଇ ଏକ ସୁସ୍ଥ ସମାଜ ଗଠନ ହେବ ।