ବଲାଙ୍ଗୀର: ଜେଲ ରୁ ବାହାରିଲା ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲ ମେହେର । ମାଆଙ୍କ ଶୁଦ୍ଧିକ୍ରୟା ରେ ଯୋଗ ଦେବା ପାଇଁ୪ ଦିନିଆ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଗତ 10 ତାରିଖ ରେ ପୁଞ୍ଜିଲାଲ ମାଆଙ୍କ ଦେହାନ୍ତ ହୋଇଥିଲା । ନିମ୍ନ ଅଦାଲତଙ୍କ ଆଦେଶରେ ପୋଲିସ ହେପାଜତରେ ଯାଇ ପୁଞ୍ଜିଲାଲ ମାଆଙ୍କ ଅନ୍ତେଷ୍ଟି କ୍ରିୟା ରେ ଯୋଗ ଦେଇଥିଲେ । ତେବେ ଶୁଦ୍ଧି କ୍ରିୟାରେ ଯୋଗ ଦେବା ପାଇଁ ନିମ୍ନ ଅଦାଲତରେ ଆବେଦନ ଖାରଜ ହେବା ପରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ପାଟନାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।