ପାଟକୁରା ପାଇଁ ଫନୀ ଅଡୁଆ

ସତ୍ୟପାଠ ବ୍ୟୁରୋ : ବାତ୍ୟା ଫନୀ ପାଇଁ ପାଟକୁରା ନିର୍ବାଚନ ତାରିଖ ଘୁଂଚାଇବାକୁ ଦିଲ୍ଲୀରେ ପହଂଚିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଫନୀ ଓଡିଶା ମୁହାଁ ହେଲେ ନିର୍ବାଚନ ତାରିଖ ଘୁଂଚାଇବାକୁ ନବୀନ କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କୁ ଦାବୀ କରିବେ ବୋଲି କହିଛନ୍ତି । ଆଜି ସଂଧ୍ୟାରେ ସେ ଇସିଆଇ ସୁନୀଲ ଆରୋରୋଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଆଗାମୀ ୧୬ ତାରିଖରେ ପାଟକୁରାରେ ନିର୍ବାଚନ ହେବାକୁ ତାରିଖ ଘୋଷଣା ହୋଇଥିବା ବେଳେ ବାତ୍ୟା ଫନୀ ୩ କିମ୍ବା ୪ ତାରିଖରେ ଉପକୂଳ ଓଡିଶାରେ ମାଡ ହେବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । ଏପରିକି ଏହାର ପ୍ରଭାବ ଓଡିଶା ଉପରେ ଅଧିକ ରହିବ ବୋଲି ବି ପୂର୍ବାନୁମାନ କରାଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପାଟକୁରା ନିର୍ବାଚନ ତାରିଖ ଘୁଂଚାଇବାକୁ ଜାତୀୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବେ ବୋଲି ନବୀନ କହିଛନ୍ତି ।

Related Posts