ଭଦ୍ରକରେ ଚାଞ୍ଚଲ୍ୟ : ବିଷାକ୍ତ ମଦ ନେଲା ୬ଜୀବନ

ସତ୍ୟପାଠ ବ୍ୟୁରୋ : ଭଦ୍ରରେ ଉଗ୍ରରୂପ ନେଇଛି ବିଷାକ୍ତ ମଦ । ବିଷାକ୍ତ ମଦ ପିଇ ଜିଲ୍ଲାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ନିର୍ବାଚନର ଗରମ ହାୱା ଥଣ୍ଡା ହେବାକୁ ବସିଥିବା ବେଳେ ଭଦ୍ରକ ମଦମୃତ୍ୟୁ ପୁଣିଥରେ ମାହୋଲ ଉଷ୍ମ କରିଛି ।

ଗତକାଲି ରାତିରେ ତିହିଡି ଥାନା ପିରହାଟ ଦୌଲତପୁରରେ କିଛି ଲୋକ ମଦ ପିଇଥିଲେ । ତେବେ ଏହା ବିଷାକ୍ତ ମଦ ହୋଇଥିବାରୁ ବିଷକ୍ରିୟା ଯୋଗୁଁ ମଦ ପିିଇଥିବା ରାମଚନ୍ଦ୍ର ପଢ଼ିଆରୀ, ସାଧୁଚରଣ ନାୟକ, ସର୍ବେଶ୍ୱର ଦାସ ଓ ଶଙ୍କର୍ଷଣ ଦାସଙ୍କ ମୃତ୍ୟୁ ହୋଇଛି । ୨୮ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କଟକ ଏସସିବି ପଠାଯାଇଛି ।

ମତଦାନ ଚାଲିଥିବା ବେଳେ ମଦ ଦୋକାନ ବନ୍ଦ ରହିବା କଥା । ହେଲେ ଏ ମଦ କେଉଁଠୁ ଆସିଲା ଓ ଏମାନଙ୍କୁ ପିଇବାକୁ କିଏ ଦେଲା ତାହା ଏବେ ତଦନ୍ତ କରାଯାଉଛି । ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଚାନ୍ଦବାଲି ଅଂଚଳରେ ୨ଜଣଙ୍କ ମୃତ୍ୟୁ ହୋଇଛି ।

Related Posts