ଦଲାଲମୁକ୍ତ ହେବ RTO

ଭୁବନେଶ୍ବର: ନୂଆ ଟ୍ରାଫିକ୍‌ ଆଇନ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଜରିଆରେ ସବୁ ଜିଲ୍ଲାପାଳ, ଏସ୍‌ପି ଓ RTOଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ | ସଡ଼କ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନେବାକୁ ନବୀନଙ୍କ ପରାମର୍ଶ । RTO ଅଫିସ୍‌ରେ ଅଧିକ କାଉଣ୍ଟର ଖୋଲିବାକୁ ନିର୍ଦେଶ ଦେଇଛନ୍ତି | ଦ୍ରୁତ, ନିଶାସକ୍ତ ଓ ବିପଜ୍ଜନକ ଚାଳକଙ୍କ ବିରୋଧରେ କଠୋର ହୁଅ | ୧୫ ଦିନ ଭିତରେ RTO ଅଫିସ୍‌କୁ ସଂପୂର୍ଣ୍ଣ ଦଲାଲମୁକ୍ତ କରିବାକୁ ନବୀନଙ୍କ ନିର୍ଦ୍ଦେଶ ।

ଓଡିଶାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୫ ହଜାର ଲୋକଙ୍କ ଜୀବନ ଯାଉଛି । ଅଧିକାଂଶ ଯୁବକମାନଙ୍କର ମୃତ୍ୟୁ ହେଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ଅତ୍ୟନ୍ତ ଗୁରୁତର ସହ ନେଇ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଯୋଜନାବଦ୍ଧ ଭାବରେ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦ୍ରୁତ ଓ ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା ଓ ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଅ । ଏଥିପାଇଁ ନିୟମିତ ଯାଞ୍ଚ କଡ଼ାକଡ଼ି କର । ସଡ଼କ ଦୁର୍ଘଟଣା ସମୟରେ ଆହତ ବ୍ୟକ୍ତିମାନଙ୍କର ଆଶୁ ଚିକିତ୍ସା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏ ଦିଗରେ ଆବଶ୍ୟକୀୟ ବ୍ୟବସ୍ଥା କରାଯିବା ଆବଶ୍ୟକ । ସଡ଼କ ସୁରକ୍ଷା ତଥା ଟ୍ରାଫିକ୍ ଆଇନ ସଂପର୍କରେ ଜନସଚେତନା ହିଁ ଦୁର୍ଘଟଣାକୁ ରୋକି ପାରିବ । ତେଣୁ ସ୍କୁଲ, କଲେଜଠାରୁ ଆରମ୍ଭ କରି ରାସ୍ତାଗୁଡ଼ିରେ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ଗାଡ଼ିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଆଦି ଯେପରି ଲୋକମାନେ ସୁବିଧାରେ କରିପାରିବେ, ତାକୁ ଦଷ୍ଟିରେ ରଖି ଆରଟିଓ ଅଫିସଗୁଡ଼ିକରେ ଅଧିକରୁ ଅଧିକ କାଉଣ୍ଟର ଖୋଲାଯିବା ସହିତ ଗ୍ରାମାଞ୍ଚଳରେ ଶିବିର ଆୟୋଜନ କରାଯିବା ଜରୁରୀ ବୋଲି କହିଛନ୍ତି ନବୀନ ।

Related Posts