କଠୋର ହେଲେ ନବୀନ: ସାବାଡ୍‌ ହେବେ ବିଧାୟକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ବିଧାୟକଙ୍କ ପାଇଁ କଠୋର ହେଲେ ନବୀନ । ଏଣିକି ସାବାଡ୍‌ ହେବେ ବିଧାୟକ । ନବୀନଙ୍କୁ ସାଂସଦଙ୍କ ଭଳି ବିଧାୟକ ଦେବେ ଦୁଇ ମାସିଆ ରିପୋର୍ଟ । ଏଥିପାଇଁ ଏକ 4 ଜଣିଆ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ । କମିଟିରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ଶତପଥୀ, କିଶୋର ମହାନ୍ତି ଅଛନ୍ତି । ରିପୋର୍ଟ କିଭଳି ଦେବେ, କ’ଣ ରହିବ ଏହାର ରୂପରେଖ ସେନେଇ ଏକ ଫ୍ରେମ ତିଆରି କରି ପ୍ରସ୍ତାବ ଦେବ କମିଟି । 10 ଦିନ ମଧ୍ୟରେ ଏ ବାବଦ ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖିଆ । ପ୍ରତ୍ୟକ ଦିନ 11ଟା 30 ସୁଦ୍ଧା ସରକାରୀ ଦଳର ମୁଖ୍ୟ ସଚେତକ ବିଜେଡି ବିଧାୟକଙ୍କ ଉପସ୍ଥିତ ନେଇ ରିପୋର୍ଟ ଦେବେ । ଯିଏ 2 ଦିନରୁ ଅଧିକ ଅନୁପସ୍ଥିତ ରହିବାକୁ ଚାହିଁବେ ସେମାନଙ୍କୁ ନବୀନଙ୍କଠାରୁ ଅନୁମତି ନେବାକୁ ହେବ । ବିଧାନସଭା ବିତର୍କରେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାବାସୀ ହେଉଛନ୍ତି ଆମର ପ୍ରକୃତ ମାଷ୍ଟର । ତେଣୁ ସେମାନଙ୍କ ସେବା ଠିକ ଭାବେ କରିବା ଉଚିତ୍ । ପାଟକୁରା ଓ ବିଜେପୁର ଫଳାଫଳ ହିଁ ପ୍ରମାଣିତ କରିଛି ଲୋକେ ବିଜେଡି ଉପରେ କେତେ ବିଶ୍ୱାସ ରଖିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆମ୍ଭେମାନେ କଠିନ ପରିଶ୍ରମ କରିବା ସହିତ ଓଡିଶାବାସୀଙ୍କ ପାଇଁ ସ୍ୱଚ୍ଛତା ଓ ପ୍ରତିବଦ୍ଧତା ଦେଖାଇବା ଆବଶ୍ୟକ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।

Related Posts