‘ଆପଣମାନେ ଖୁସି ତ’ସ୍ଳୋଗାନ ଭାଇରାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ବେରୋଜଗାରୀ ଆନ୍ଦୋଳନରେ ଏବେ ନବୀନଙ୍କ ସ୍ଳୋଗାନ ‘ଆପଣମାନେ ଖୁସି ତ’ ଭାଇରାଲ । ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସ୍ମୀତାରାଣୀଙ୍କ ରହସ୍ୟମୟ ମୃତ୍ୟୁ ଘଟଣାକୁ ନେଇ ଗୃହରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୋଟିଏ ପଟେ ଗୃହ ଭିତରେ ବିରୋଧୀଙ୍କ ହଙ୍ଗାମା ତ ଆଉ ଗୋଟିଏ ପଟେ ଗୃହ ବାହାରେ ଅର୍ଥାତ ଲୋୟର ପିଏମ୍‌ଜିରେ ନବୀନଙ୍କୁ ସମାଲୋଚନା । ତାହା ପୁଣି ତାଙ୍କ ଷ୍ଟାଇଲରେ । ନିର୍ବାଚନ ପୂର୍ବରୁ ଯେଉଁ ସ୍ଲୋଗାନ ବଳରେ ବିଜେଡି ସୁପ୍ରିମୋ ଚାରିଆଡ଼ୁ ବାହା ବାହା ନେଇଥିଲେ, ଶେଷରେ ସେହି ସ୍ଲୋଗାନ ଜରିଆରେ ସମାଲୋଚନାର ଶିକାର ହୋଇଛନ୍ତି ନବୀନ । ବେରୋଜଗାରୀ ଆନ୍ଦୋଳନରେ ଏବେ ନବୀନଙ୍କ ସ୍ଲୋଗାନ ‘ଆପଣମାନେ ଖୁସି ତ’ ଭାଇରାଲ ହୋଇଛି । ଶିକ୍ଷକ ପଦବୀ ପୂରଣ ଦାବିରେ ଲୋୟର ପିଏମ୍‌ଜିରେ ସିଟି-ବିଇଡି ପରୀକ୍ଷାରେ ଉତ୍ତିର୍ଣ୍ଣ ଛାତ୍ରଛାତ୍ରୀଙ୍କ ସରକାରୀ ବିରୋଧୀ ନାରା ଦେଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଚାକିରି ନପାଇ ତମେ ଦାଦନ ଯାଅ, ଆପଣମାନେ ଖୁସି ତ ?

ସିଟି, ବିଇଡି କରି ଗାଈ ଚରାଅ, ଆପଣମାନେ ଖୁସି ତ ?

ସିଟି, ବିଇଡିଙ୍କୁ ବେକାରୀ କଲ, ଆପଣମାନେ ଖୁସି ତ ?

ମଦ ବେପାରୀଙ୍କୁ ପୁରସ୍କାର ଦେଲ, ଆପଣମାନେ ଖୁସି ତ ?

ବେରୋଜଗାରୀଙ୍କ ମୁହଁରେ ଏଭଳି ସ୍ଲୋଗାନକୁ ଦେଖି ବୁଦ୍ଧିଜୀବୀମାନେ କହୁଛନ୍ତି ନବୀନଙ୍କ ପାଇଁ ଏହାଠାରୁ ଭଲ ଉତ୍ତର ଆଉ କିଛି ହୋଇ ନପାରେ ।

Related Posts