ଆରମ୍ଭରୁ ହଙ୍ଗାମା

ଆଜିଠୁ ଷୋଡ଼ଶ ବିଧାନସଭାର ଶୀତ ଅଧିବେଶ ଆରମ୍ଭ । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ନାରୀ ସୁରକ୍ଷା ପ୍ରସଙ୍ଗରେ କମ୍ପିଲା ବିଧାନସଭା । ଅପରାହ୍‌ଣ 3ଟା ଯାଏ ଗୃହକୁ ମୁଲତବୀ ରଖିଲେ ବାଚସ୍ପିତି । ସ୍ମିତାରାଣୀ ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ କଂଗ୍ରେସର ଦାବି । ଦିନ 11ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୂର୍ବତନ ବିଧାୟକଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଶୋକ ପ୍ରସ୍ତାବ ଆଣିଥିଲେ । ଗୃହରେ ବିଜେପିର ‘ଓଡ଼ିଶାରେ ନାରୀ ନିର୍ଯାତନା ସୀମା ଲଂଘନ କରିଛି’ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିଲେ । ଗୃହକାର୍ଯ୍ୟ ସ୍ବାଭାବିକ ହେଲେ ଏନେଇ ବିଧାନସଭାରେ ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

 

ଅନ୍ୟପଟେ ବାଚସ୍ପତିଙ୍କ ଗୃହ ମୁଲତବୀ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିବା ବେଳେ ସ୍ମିତାରାଣୀ ମୃତ୍ୟୁ ନେଇ ସରକାର ଆଲୋଚନା କରିବାକୁ ଚାହୁଁନାହାନ୍ତି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

 

Related Posts