ଉଧାର ନେଲେ, ଅପଦସ୍ଥ ହେଲେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ନବୀନଙ୍କ ‘ସୁନ୍ଦର ତୃପ୍ତି’କୁ ନେଇ ବିବାଦ । ନବୀନଙ୍କ ଓଡ଼ିଆ ଜ୍ଞାନ ବିଷୟରେ ସମସ୍ତେ ଜାଣିଥିଲେ ବି ନଭେମ୍ବର 30ର ଟ୍ବିଟ୍‌କୁ ନେଇ ବୁଦ୍ଧିଜୀବୀ ଏବଂ ସାହିତ୍ୟିକ ମହଲରେ ଭୃକୁଞ୍ଚନ ସୃଷ୍ଟି ହୋଇଛି । ଏପରିକି ଓଡ଼ିଆ ଜ୍ଞାନ ଉଧାର ନେଇ ନବୀନ ଅପଦସ୍ଥ ହୋଇଥିବା କୁହାଯାଉଛି । ସାହିତ୍ୟିକଙ୍କ କହିବା କଥା ଯେତେବଳେ କୌଣସି ଲେଖକଙ୍କ ଉଦୃତି କରାଯାଏ ସେତେବେଳ ତାଙ୍କର ଅବିକଳ ଦିଆଯାଇଥାଏ । କିନ୍ତୁ ନବୀନ ତାହା କରିନାହାନ୍ତି ବରଂ ଏହା କବି ବର ରାଧାନାଥ ରାୟଙ୍କ ପ୍ରତି ଏକ ପ୍ରକାର ଅପମାନ ବୋଲି କହିଛନ୍ତି । ରାଧାନାଥ ରାୟ ‘ଚିଲିକା କାବ୍ୟ’ରେ ଚିଲିକାର ସୌନ୍ଦର୍ଯ୍ୟକୁ ନେଇ ଲେଖିଥିବା ଏହି ପଂକ୍ତିଟି ହେଉଛି ‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’ ଅର୍ଥାତ ସୌନ୍ଦର୍ଯ୍ୟରେ ଯେଉଁ ତୃପ୍ତି ମିଳିଥାଏ ତାହାକୁ ‘ସୁନ୍ଦରେ’ ତୃପ୍ତି ବୋଲି କୁହାଯାଏ । ପ୍ରକୃତରେ ଦେଖିବାକୁ ଗଲେ ସାହିତ୍ୟରେ ସୁନ୍ଦର ତୃପ୍ତି ବୋଲି କିଛି ନାହିଁ । ନବୀନଙ୍କ ଏଭଳି ଉଧାର ଜ୍ଞାନକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।

5ଟି ବହି ଲେଖିଥିବା ଜଣେ ଲେଖକ ହୋଇ ବି ଏଭଳି ଭୁଲ କଲେ କିଭଳି ?

ଯଦି ଓଡ଼ିଆରେ ସମ୍ପୂର୍ଣ୍ଣ ଜ୍ଞାନ ନାହିଁ ତେବେ ଓଡ଼ିଆରେ ଲେଖିବାକୁ କିଏ କହୁଛି ?

ଯେଉଁ କବିଙ୍କୁ କବି ବର ଉପାଧି ସମ୍ମାନ ଦିଆଯାଇଛି, ସେଭଳି କବିଙ୍କୁ ଏଭଳି ଲେଖା ଦ୍ବାରା ଅପମାନ କରିନାହାନ୍ତି କି ନବୀନ ?

ଅନ୍ୟ ଜଣେ ଲେଖକଙ୍କ ଆଦୃତି କଲା ବେଳେ କ’ଣ ଅବିକଳ କରାଯାଏ ବୋଲି ନବୀନ କ’ଣ ଜାଣିନାହାନ୍ତି ?

ନିଜେ ଜଣେ ଲେଖକ ହୋଇ ଅନ୍ୟ ଜଣେ ଲେଖକଙ୍କ ଲେଖାକୁ ଭୁଲ ଭାବେ ଲେଖିିଲେ କିଭଳି ?

 ଏଭଳି ପ୍ରଶ୍ନ ଭିତରେ ଆଉ ଏକ ପ୍ରଶ୍ନ ସାମ୍ନାକୁ ଆସୁଛି ତାହା ହେଲା ଯେ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ଥିବା ଲୋକ ବା ବଡ଼ ବଡ଼ ଲୋକଙ୍କ ଟ୍ବିଟର ଆକାଉଣ୍ଟକୁ ଅନ୍ୟମାନେ ଚଲାଉଛନ୍ତି । ଯଦି ଏଭଳି ହୋଇଥାଏ ତେବେ ଓଡ଼ିଆରେ ହୋଇଥିବା ଟ୍ବିଟ୍‌ ନବୀନ କେବେ ଲେଖି ନଥିବେ ବୋଲି ତାଙ୍କ ପ୍ରଶଂସକ କହୁଛନ୍ତି ।

ସୂଚନା ଅନୁସାରେ ନଭେମ୍ବର 30ରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳିର ପ୍ରଚାର ପ୍ରସାର ପାଇଁ ନବୀନ ନିଜ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି ତା ଉପରେ ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’ ବୋଲି ଲେଖିଥିଲେ । ଏହା କେଉଁ ସ୍ଥାନର ବୋଲି ରାଜ୍ୟବାସୀଙ୍କୁ ପ୍ରଶ୍ନ ପଚାରିବା ସହ ଏହାର ଉତ୍ତର ସଂଧ୍ୟା 6ଟା ଭିତରେ ଦେବାକୁ ଟ୍ବିଟରରେ ଲେଖିଥିଲେ ନବୀନ। ଏହା ପରେ ନବୀନଙ୍କ ପୋଷ୍ଟକୁ ନେଇ ଲୋକଙ୍କ ପ୍ରତିକ୍ରିୟା ଦେଖିବାର ଥିଲା । କିଛି ଲୋକ ନବୀନଙ୍କ ପୋଷ୍ଟକୁ ନେଇ ପଜିଟିଭ ପ୍ରତିକ୍ରିୟା ଦେଇଥିବା ବେଳେ ଅଧିକକାଂଶ ଲୋକ ସମାଲୋଚନା କରିଛନ୍ତି । ଏପରିକି ବହୁ ଲୋକ ରାଜ୍ୟର ଅନୁନ୍ନତ ଅଞ୍ଚଳର ଦୃଶ୍ୟ ଏବଂ ଖାଲ ଖମା ରାସ୍ତାର ଫଟୋକୁ ପୋଷ୍ଟ କରି ପ୍ରତିକ୍ରିୟା ଦେଇଛନ୍ତି ।

Related Posts