ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ଅନେକ ପରିମାଣରେ ଚାଷ ନଷ୍ଟ ହୋଇଛି। ଚାଷ ପାଇଁ କରିଥିବା ଧାରକରଜ ଓ ଋଣ ଶୁଝିବା ଚିନ୍ତାରେ ଚାଷୀ। ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏହି ମୌକାରେ ନିର୍ବାଚନ ପରଠୁ ଜିଲ୍ଲା ଗସ୍ତରେ ବାହାରି ପରି ନଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଗଂଜାମ ଜିଲ୍ଲା ଗସ୍ତରେ ଯିବାକୁ ସ୍ଥିର କରିଛନ୍ତି ।
ଆସନ୍ତା ଡିସେମ୍ବର ୩୦ ତାରିଖରେ ନବୀନ ଗଞ୍ଜାମ ଗସ୍ତ କରିବେ ଏନେଇ ଆଜି ସୂଚନା ଦେଇଛନ୍ତି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ । ନବୀନ ହିଞ୍ଜିଳି, କବିସୂର୍ଯ୍ୟନଗର ଓ ଆସ୍କା ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ସେ ସୂଚନା ଦେଇଛନ୍ତି । ସେଠାରେ ସେ କ୍ଷୟକ୍ଷତିର ସମୀକ୍ଷା କରିବା ସହ ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ଲତିକା କହିଛନ୍ତି।