ଆଜି କୋର୍ଟ ରେ ଆତ୍ମ ସମର୍ପଣ କରିବେ ନବଯୋତ ସିଦ୍ଧୁ

ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ମଧ୍ୟାହ୍ନରେ ନବଜୋତ ସିଂ ସିଦ୍ଧୁ କରିପାରନ୍ତି ସରେଣ୍ଡର। ପଟିଆଲା ଜେଲରେ ତାଙ୍କୁ ହୋଇଥିବା ଏକ ବର୍ଷର କାରାଦଣ୍ଡ କାଟି ପାରନ୍ତି। ୩୪ ବର୍ଷ ପୁରୁଣା ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ୧ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି ସୁପ୍ରିମକୋର୍ଟ। ରିଭ୍ୟୁ ପିଟିସନ୍ ର ଶୁଣାଣି ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି।

ସୂଚନାନୁସାରେ, ୧୯୮୮ରେ ପଞ୍ଜାବରେ ଘଟିଥିଲା ରୋଡ୍ ରେଜ୍ କେସ୍। ପଟିଆଲାରେ ରାସ୍ତା ମଝିରେ ଗାଡ଼ି ପାର୍କିଂ କରିଥିଲେ। ଏହି ସମୟରେ ଗୁରୁନାମ ସିଂହ ନାମକ ୬୫ ବର୍ଷୀୟ ବୃଦ୍ଧ ତାଙ୍କୁ କାର୍ ରାସ୍ତାରୁ ହଟାଇବାକୁ କହିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ରାଗରେ ବୃଦ୍ଧଙ୍କ ମୁଣ୍ଡକୁ ପିଟିଥିଲେ। ଏଥିରେ ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ବୃଦ୍ଧଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସିଦ୍ଧୁ କହିଥିଲେ। ଏହି ଘଟଣାରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂହଙ୍କ ବିରୋଧରେ ପଟିଆଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା।

୨୦୦୬ ରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଏହି ମାମଲାରେ ସିଦ୍ଧୁଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।ଏହାପରେ ସିଦ୍ଧୁ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ୨୦୧୮ ମେ ରେ ସିଦ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ସୁପ୍ରିମକୋର୍ଟ । ଏହା ପରେ ପୀଡ଼ିତଙ୍କ ପରିବାର ପକ୍ଷରୁ ଏହା ଉପରେ ଏକ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସିଦ୍ଧୁଙ୍କୁ ଆଇପିସିର ଧାରା ୩୨୩ ଆଧାରରେ ଗୋଟିଏ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଛି।.

ଅନ୍ୟପଟେ ଏହି ନିଷ୍ପତ୍ତ ପରେ ପ୍ରଥମ ଥର ପାଇଁ ସେ ଟ୍ୱିଟ କରି କହିଛନ୍ତି ଯେ ନିୟମ ପାଳନ କରିବି ଅର୍ଥାତ ସୁପ୍ରିମକୋର୍ଟ ଦେଇଥିବା ଦଣ୍ଡ ମାନି ମୁଁ ଜେଲ ଯିବାକୁ ପ୍ରସ୍ତୁତ ବୋଲି ସିଦ୍ଧୁ କହିଛନ୍ତି ।

Related Posts