ପୁଣି ଥରେ ନିଜ ଉପସ୍ଥିତି ଜାହିର କଲେ ଲାଲବାହିନୀ: ନବରଙ୍ଗପୁର ରାଇଘର ସୀମାନ୍ତରେ ମାଓ ପୋଷ୍ଟର ଓ ବ୍ୟାନର

ଉମରକୋଟ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି ମାଓବାଦୀ | ନିଜ ଉପସ୍ଥିତି ଜାହିର କରିବାକୁ ଯାଇ ମାଓ ପୋଷ୍ଟର ଓ ବ୍ୟାନର ମାରିଛନ୍ତି | ନବରଙ୍ଗପୁର ରାଇଘର ସୀମାନ୍ତରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର ଓ ବ୍ୟାନର।

ରାଇଘର ବ୍ଲକ ଅନ୍ତର୍ଗତ ଯୋଡିଙ୍ଗା ଓ ହାତୀ ଗାଁ ରାସ୍ତା କଡ଼ରେ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛି ଲାଲବାହିନୀ ।

ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ l ଜଙ୍ଗଲ କାଟାକୁ ବିରୋଧ କରିବାକୁ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ନବ ନିର୍ବାଚିତ ସରପଞ୍ଚ, ୱାର୍ଡ ମେମ୍ବର ଓ ଗ୍ରାମବାସୀଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ଆଖପାଖ ଅଞ୍ଚଳରେ ଛାନଭିନ ଜାରି ରଖିଛି l ପୋଲିସ କାର୍ଯ୍ୟକଳାପକୁ ବିରୋଧ କରି ଓଡିଶା ଓ ପୂର୍ଵ ଛତିଶଗଡ଼ ଅଞ୍ଚଳରେ ବନ୍ଦ ପାଳନ କରୁଛନ୍ତି ମାଓବାଦୀ l

Related Posts