୭ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ନବାବ ମଲିକ

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକଙ୍କର ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ମାର୍ଚ୍ଚ ୭ ପର୍ୟ୍ୟନ୍ତ ତାଙ୍କୁ ଇଡି ହେପାଜତକୁ ପଠାଇବାକୁ ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ତାଙ୍କୁ ମାର୍ଚ୍ଚ ୩ ପର୍ୟ୍ୟନ୍ତ ହେପାଜତକୁ ପଠାଯାଇଥିଲା। ଯାହା ଆଜି ସମାପ୍ତ ହେଉଥିଲା । ଦାଉଦ ଇବ୍ରାହିମ ମନି ଲଣ୍ଡରିଂ ମାମଲାରେ ମଲିକଙ୍କ ସମ୍ପର୍କ ଥିବା ଅଭିଯୋଗ ଇଡି ନବାବ ମଲିକକୁ ହେପାଜତକୁ ନେଇଛନ୍ତି ।

ସେପଟେ ନବାବ ଅନେକ ଜମିବାଡ଼ି କବଜା କରିଥିବାର କଥା ମଧ୍ୟ ସାମ୍ନାକୁ ଆସିଥିଲା । ଭାରତର ମୋଷ୍ଟ ୱାଣ୍ଡେଡ ଦାଉଦ ଇବ୍ରାହିମ ଓ ତାଙ୍କ ଭାଇ ସହ ନବାବ ମଲିକଙ୍କର ସମ୍ପର୍କ ରହିଥିଲା । କିଛି ଦିନ ପୂର୍ବରୁ ନବାବ ମଲିକଙ୍କ ପୁଅର ମଧ୍ୟ ଅଣ୍ଡରୱାଣ୍ଡ ସହ ସମ୍ପର୍କ ଥିବାର କଥା ସାମ୍ନାକୁ ଆସିଥିଲା । ଏନେଇ ଇଡି ତାଙ୍କ ପୁଅକୁ ସମନ ମଧ୍ୟ ପଠାଇଥିଲା ।

Related Posts