ନକ୍ସଲଙ୍କ ବର୍ବରକାଣ୍ଡ: ଥାନା ସମ୍ମୁଖରେ ପୁଲିସ ଏସଆଇକୁ ଧାରୁଆ ଅସ୍ତ୍ରରେ ହତ୍ୟା

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା । ଜଣେ ପୁଲିସ ଏସଆଇକୁ ନକ୍ସଲ ଥାନା ସମ୍ମୁଖରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ୍ ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ମିରତୁର ଥାନାର ଏସଆଇ ଗୋପାଲ କଡତି ସାପ୍ତାହିକ ହାଟକୁ ଯାଇଥିଲେ। ତେବେ ପୂର୍ବରୁ ଏସଆଇ ଶ୍ରୀ କଡତିଙ୍କୁ ନକ୍ସଲର ଏକ ଛୋଟିଆ ଆକ୍ସନ ଦଳ ଅନୁସରଣ କରୁଥିଲା। ହାଟ ମଧ୍ୟରେ ତାଂକୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ହୋଇଯାଇଥିଲେ। ଏହି ସାପ୍ତାହିକ ହାଟ ଥାନା ଠାରୁ ମାତ୍ର ଅଳ୍ପ ଦୁରରେ ଅବସ୍ଥିତ। ଏହି ଘଟଣା ସଂଧ୍ୟା ୬ଟା ସମୟରେ ଘଟିଥିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିପାରି ନାହିଁ। ତେବେ ପୂର୍ବରୁ ଶ୍ରୀ କଡତିଙ୍କୁ ନକ୍ସଲ ଟାର୍ଗେଟ କରିଆସୁଥିଲେ। ସାପ୍ତାହିକ ହାଟକୁ କୌଣସି କାମରେ ଯାଇଥିବା ଦେଖିବା ପରେ ସମସ୍ତଙ୍କ ସାମ୍ନାରେ ହତ୍ୟା କରି ଲାଲ ସଲାମ କହି ସେଠାରେ ଚାଲିଯାଇଥିଲେ।

ଅପରପକ୍ଷେ, ସର୍ବସମ୍ମୁଖରେ ନକ୍ସଲ ଙ୍କ ଏପରି ବର୍ବରକଣ୍ଡ କୁ ନେଇ ଅଞ୍ଚଲରେ ଭୟର ବାତାବରଣ ଖେଳି ଯାଇଛି । ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଥାନା ପାଖରେ ଏହି ଭଳି କାଣ୍ଡ ଘଟାଇବା କୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

Related Posts