ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ନୟାଗଡ଼ର ଆସିଷ୍ଟାଣ୍ଟ ନିର୍ବାହୀ ଇଞ୍ଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ। ସେପଟେ ଭୁବନେଶ୍ୱର ପଟିଆରେ ଥିବା ଭଡାଖର, କଟକ କିଶନନଗର ବାବୁଜଙ୍ଘରେ ଥିବା ପୈତୃକ ଘର, କଟକ ଅଲିଶାବଜାରରେ ଥିବା ଘରେ ମଧ୍ୟ ରେଡ୍ କରୁଚି ଭିଜିଲାନ୍ସ ।
ଖଣ୍ଡଗିରି ଗାୟତ୍ରୀବିହାରରେ ୨ ମହଲା ଘର, ନୟାଗଡ଼ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସବ୍ ଡିଭିଜନ୍ ଅଫିସ ଓ ନୟାଗଡ଼ ସହରରେ ଥିବା ଆବାସିକ ଘରେ ଚାଲିଛି ଚଢାଉ। ରେଡ୍ରେ ୫ଜଣ ଊଝଚ, ୫ଜଣ ଇନିସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି। କଟକ, ଖୋର୍ଦ୍ଧା ଓ ନୟଗାଡ଼ ଜିଲ୍ଲାର ୬ଟି ସ୍ଥାନରେ ଚାଲିଛି ଚଢାଉ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।





