ଦିବଗଂତ ଆଥଲେଟ ମିଲଖା ସିଂହଙ୍କୁ ସ୍ୱର୍ଣ୍ଣ ପଦକ ଉର୍ତ୍ସଗ କଲେ ନୀରଜ ଚୋପ୍ରା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଅଲିମ୍ପିକ୍ସରେ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ନୀରଜ ଚୋପ୍ରା ୮୭.୫୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି। ନୀରଜ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ପିନ୍ଧିବା ପରେ ସେ ତାଙ୍କର ଅନୁଭବ ବ୍ୟକ୍ତ କରିଛନ୍ତି। ପଦକ ପାଇବା ପରେ ଯେତେବେଳେ ଦେଶର ଜାତୀୟ ସଂଗୀତ ବାଜିଥିଲା ସେତେବେଳେ ସେ ପୋଡିୟମ ଉପରେ ଭାବବିହ୍ୱଳ ହୋଇ ଯାଇଥିଲେ।

ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା ବୋଲି ସେ କହିଛନ୍ତି। ଏଥିସହ ସେ ତାଙ୍କର ସ୍ୱର୍ଣ୍ଣ ପଦକୁ ଦିବଗଂତ ଆଥଲେଟ ମିଲଖା ସିଂହଙ୍କୁ ଉର୍ତ୍ସଗ କରିଛନ୍ତି। ୧୯୬୦ରେ ମିଲଖା ସିଂହ ଅଲିମ୍ପିକ୍ସରେ ପଦକ ହାସଲ କରିବା ଠାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ମିଲଖା ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଇଭେଣ୍ଟରେ ପଦକ ଜିତିବାର ନିକଟତର ହୋଇଥିଲେ ମଧ୍ୟ ୧୯୬୦ ରୋମ୍ ଅଲିମ୍ପିକ୍ସରେ ସେ ଚତୁର୍ଥ ସ୍ଥାନ ହାସଲ କରିଥଲେ। ୧୯୮୪ ମସିହାରେ ଲସ୍ ଆଞ୍ଜଲେସ୍ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ହାସଲ କରିଥିବାରୁ ସ୍ପ୍ରିଣ୍ଟର୍ ପି.ଟି ଉଷା ମଧ୍ୟ ଟ୍ରାକ ଆଣ୍ଡ୍ ଫିଲ୍ଡ ଇଭେଣ୍ଟରେ ପଦକ ଜିତିବାରେ ବିଫଳ ହୋଇଥିଲେ।

ନୀରଜ ଏହି ଅବସରରେ କହିଛନ୍ତି, “ମୁଁ କେବେ ହେଲେ ସ୍ୱର୍ଣ୍ଣ ପଦକ କଥା ଚିନ୍ତା କରି ନଥିଲି। ଆଜି କିଛି ଅଲଗା କରିବାର ଥିଲା। ମୁଁ କେବଳ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲି। ଏଥିପାଇଁ ମୁଁ ବାରମ୍ବାର ଉଦ୍ୟମ ମଧ୍ୟ କରିଛି।” ଏଥିସହ ସେ କହିଛନ୍ତି, ପଦକ ପ୍ରଦାନ ବେଳେ ଯେତେବେଳେ ଭାରତର ଜାତୀୟ ସଂଗୀତ ବାଜିଥିଲା ସେତେବେଳେ ଅଲଗା ପ୍ରକାରର ଅନୁଭବ ହୋଇଥିଲା। ଏହି ସମୟରେ ସେ ତାଙ୍କ ଆଖିକୁ ଲୁହ ଆସି ଯାଇଥିଲା ବୋଲି ନୀରଜ କହିଛନ୍ତି।

Related Posts