ଆଉ ଏକ ସ୍ୱପ୍ନ ପୂରଣ କଲେ ନୀରଜ ଚୋପ୍ରା : ପ୍ରଥମ ଥର ପାଇଁ ବାପା, ମାଆଙ୍କୁ ବିମାନରେ କରାଇଲେ ଯାତ୍ରା

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଚଳିତ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରାଙ୍କ ଆଉ ଏକ ସ୍ୱପ୍ନ ସାକାର ହୋଇଛି ।  ପ୍ରଥମଥର ପାଇଁ ନିଜ ବାପା-ମାଆଙ୍କୁ ବିମାନରେ  ବସାଇଛନ୍ତି । ଆଉ ଏହି ସ୍ୱପ୍ନ ପୂରଣ କରିବା ପରେ ନୀରଜ ଚୋପ୍ରା ବେଶ ଖୁସିଥିବା ନେଇ ନିଜେ ଟୁଇଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏକ ଚାର୍ଟାର୍ଡ ​​ବିମାନରେ ନୀରଜ ତାଙ୍କ ପିତାମାତାଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋର କ୍ୟାପସନରେ ଲେଖିଥିଲେ, ” ଆଜି ଜୀବନରେ ଆଉ ଏକ ସ୍ୱପ୍ନ ପୂରଣ କଲି । ମୁଁ ମୋର ପିତାମାତାଙ୍କୁ ପ୍ରଥମ ଥର ପାଇଁ ଫ୍ଲାଇଟରେ ବସାଇପାରିଲି । ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦ ପାଇଁ ମୁଁ ଚିର ଋଣି ରହିବି ।”

ସୂଚନା ଥାଉକି ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ଜାଭଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତି ରେକର୍ଡ ସୃଷ୍ଟି କରିଥିଲେ । ଏହାପରେ ନୀର ଚୋପ୍ରା ସାରା ଦେଶରେ ଷ୍ଟାର ହୋଇଯାଇଛନ୍ତି । ତାଙ୍କୁ ଚାରିଆଡେ ପ୍ରଶଂସା କରିବା ସହ ତାଙ୍କ ଉପରେ ଧନ ବର୍ଷା ମଧ୍ୟ ହୋଇଛି । ସୂଚନା ମୁତାବକ ଗତ ମାସରେ ସେ କହିଥିଲେ ଯେ ତାଙ୍କ ପରିବାର ସହ ସମୟ ବିତାଇବା ପାଇଁ ୨୦୨୧ରେ ଆୟୋଜିତ ହେବାକୁ ଥିବା ଅନେକ ଟୁର୍ଣ୍ଣାମେଣ୍ଟରେ ସେ ଅଂଶଗ୍ରହଣ କରିବେ ନାହିଁ । କିନ୍ତୁ ୨୦୨୨ରେ ଏସୀୟ ଏବଂ କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରିବେ ।

ସୂଚନାଥାଉ କି, ଚଳିତ  ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିଲେ ଆଥଲେଟ୍ ନୀରଜ ଚୋପ୍ରା । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଇତିହାସ ରଚିଥିଲେ । ବ୍ୟକ୍ତିଗତ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ଆଥଲେଟରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜ୍ଜନ କରିଥିଲେ ନୀରଜ ।  ନୀରଜ ନିଜର ପ୍ରଥମ ଥ୍ରୋରେ ୮୭. ୦୩ ମିଟର, ଦ୍ୱିତୀୟ ଥ୍ରୋରେ ୮୭. ୫୮ ଯଏବଂ ତୃତୀୟ ଥର ସେ ୭୬. ୭୯ ମିଟର ଜାଭଲିନ ଫିଙ୍ଗି ବିଜୟ ହାସଲ କରିଥିଲେ ।

Related Posts