ସ୍ବର୍ଣ୍ଣ ବିଜେତା ନୀରଜଙ୍କୁ ୬କୋଟି ଓ ବଜରଙ୍ଗ ପୁନିଆଙ୍କୁ ୨.୫କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ହରିୟାଣା ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ଭାରତର ୧୨୧ ବର୍ଷର ସ୍ବପ୍ନକୁ ପୂରଣ କରିଛନ୍ତି ନୀରଜ ଚୋପ୍ରା । ତାଙ୍କର ଏହି ସଫଳତା ପରେ ହରିୟାଣା ସରକାର ତାଙ୍କ ପାଇଁ ୬ କୋଟି ପୁରସ୍କାର ଘୋଷଣା କରିଛନ୍ତି।

ପାନିପଥର ବାସିନ୍ଦା ନୀରଜ ଚୋପ୍ରାଙ୍କୁ ଭାରତୀୟ ସେନାରେ ନାଏବ ସୁବେଦାର ପଦରେ ଅଛନ୍ତି। ସେ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରି ଦେଶର ନାମ ତଥା ଦେଶର ସେନାକୁ ମଧ୍ୟ ଗର୍ବିତ କରିଛନ୍ତି। ଏହି ସଫଳତା ହାସଲ କରିବା ପରେ ହରିୟାଣା ସରକାର ତାଙ୍କୁ ୬କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଏହା ବ୍ୟତୀତ ତାଙ୍କୁ କ୍ଲାସ ୱାନ ଚାକିରି ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମନହୋର ଲାଲ୍ ଖଟ୍ଟର କହିଛନ୍ତି ଯେ, “ପଞ୍ଚକୁଲାରେ ଆଥଲେଟମାନଙ୍କ ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ନିର୍ମାଣ କରିବୁ, ଯେଉଁଠାରେ ସେ ଚାହିଁଲେ ମୁଖ୍ୟ ରହିପାରିବେ । ତାଙ୍କୁ ଅନ୍ୟ ଖେଳାଳିଙ୍କ ପରି ୫୦% ରିହାତି ସହିତ ଏକ ପ୍ଲଟ୍ ଦିଆଯିବ ।” ଏଥି ସହିତ ସରକାର ଅଗଷ୍ଟ ୧୩ ରେ ରାଜ୍ୟର ସମସ୍ତ ପଦକ ବିଜେତାଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଦ୍ବାରା ପଞ୍ଚକୁଲାରେ ସେଣ୍ଟର ଫର୍ ଏକ୍ସଲେନ୍ସ ଅଫ୍ ଆଥଲେଟିକ୍ସ ମଧ୍ୟ ପ୍ରତିଷ୍ଠା କରାଯିବ।

ସେହିପରି କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ପୁନିଆଙ୍କୁ ୨.୫କୋଟି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ସେ କହିଛନ୍ତି, ଟୋକିଓ ୨୦୨୦ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ହରିଆଣା ସରକାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ୫୦% ରିହାତିରେ ପ୍ଲଟ୍ ଦେବା ସହ ୨.୫ କୋଟି ଟଙ୍କା ଏବଂ ସରକାରୀ ଚାକିରି ପ୍ରଦାନ କରାଯିବ । ଝାଜରରେ ଥିବା ଗାଁ ଖୁଦାନରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ ।
ଉଲ୍ଲେଖନୀୟ କଥା ହେଉଛି, ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ଏଥିରେ ସବୁଠାରୁ ବଡ ଅବଦାନ ହେଉଛି ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କର । ତାଙ୍କ ବ୍ୟତୀତ ହରିୟାଣାର ରେସଲର ବଜରଙ୍ଗ ପୁନିଆ ମଧ୍ୟ ଶେଷ ଦିନରେ ବ୍ରୋଞ୍ଜ ପଦକ ଜିତି ଭାରତର ପଦକ ତାଲିକାରେ ଚତୁର୍ଥ ବ୍ରୋଞ୍ଜ ଯୋଡିଛନ୍ତି। ଏହାପୂର୍ବରୁ ରେସଲର ରବି ଦାହିୟା ରୌପ୍ୟ ପଦକ ଜିତି ଥିଲେ।

Related Posts