ଭୂକମ୍ପ ଝଟକା ରେ ଥରିଲା ନେପାଳ; ପ୍ରଭାବରେ ବିହାରର କେତେକ ଜିଲ୍ଲାରେ କମ୍ପନ, ରିକ୍ଟର ସ୍କେଲରେ ତୀବ୍ରତା ୫.୫

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନେପାଳର ରାଜଧାନୀ କାଠମାଣ୍ଡୁରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୫ । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି କହିଛି ରବିବାର ସକାଳ ପ୍ରାୟ ୭ଟା ୫୮ ମିନିଟରେ ଭୂକମ୍ପ ଅନୁଭୁତ ହୋଇଛି । ଏହାର ମାତ୍ରା ଏତେ ତିବ୍ର ଥିଲା ଯେ ବିହାରର କିଛି ଜିଲାରେ ଏହାର କମ୍ପନ ଅନୁଭୁତ ହୋଇଛି ।ଲୋକେ ମଧ୍ୟ ଭୂକମ୍ପର ଝଟକା ଅନୁଭବ କରିଥିବା ପ୍ରକାଶ କରିଛନ୍ତି । ସକାଳୁ ସକାଳୁ ଭୁକମ୍ପର ଝଟକା ଅନୁଭବ ହୋଇଥିଲା ଫଳରେ ଲୋକେ ଭୟଭିତ ହୋଇ ଘର ବାହାରକୁ ଚାଲି ଆସିଥିଲେ । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ମିଳିନାହିଁ ।

Related Posts