ଷ୍ଟାଟଅପ ମାଧ୍ୟମରେ ଗଠନ ହେବ ନୂଆ ଭାରତ: ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍‌ କୀ ବାତ୍‌’ର ୮୯ତମ ସଂସ୍କରଣରେ ସଫ୍ଟୱେର୍‌ ଓ ପ୍ରଯୁକ୍ତିବିଦ୍ୟା ସଙ୍ଗଠନର ଅଭିବୃଦ୍ଧିକୁ ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି । ତେବେ ଚଳିତ ମାସ ୫ ତାରିଖରେ ଦେଶରେ ‘ଷ୍ଟାର୍ଟ-ଅପ୍‌’ ବା ‘ୟୁନିକର୍ଣ୍ଣ’ ସଂଖ୍ୟା ୧୦୦ରେ ପହଞ୍ଚିଛି। ସେଥିରୁ ୪୪ଟି ‘ୟୁନିକର୍ଣ୍ଣ’ ଗତ ବର୍ଷ ଗଠିତ ହୋଇଥିଲା ବେଳେ ଗତ ୩/୪ ମାସରେ ୧୪ଟି ନୂଆ ‘ୟୁନିକର୍ଣ୍ଣ’ ଗଠିତ ହୋଇଛି। ମୋର ଦୃଢ଼ ବିଶ୍ବାସ ଯେ, ନିକଟ ଭବିଷ୍ୟତରେ ଭାରତରେ ‘ଷ୍ଟାର୍ଟ-ଅପ୍‌’ଗୁଡ଼ିକ ପୂର୍ବାପେକ୍ଷା ଅଧିକ ସଫଳତା ହାସଲ କରିବେ। ଉପଯୁକ୍ତ ପରାମର୍ଶ ଓ ତାଲିମ ‘ଷ୍ଟାର୍ଟ-ଅପ୍‌’ଗୁଡ଼ିକୁ ଅଧିକ ସଫଳ କରିବ।

ଦେଶରେ ‘ଷ୍ଟାର୍ଟ-ଅପ୍‌’ଗୁଡ଼ିକୁ ସାହାଯ୍ୟ କରିବା ଲାଗି ଆମର ଏଭଳି ଅନେକ ଉପଦେଷ୍ଟା ତଥା ତାଲିମଦାତା ଅଛନ୍ତି। ଆମର ସଂସ୍କୃତି ବିଶାଳ ଓ ବିବିଧ। ଭାରତ ବିଭିନ୍ନ ଭାଷା ଓ ସଂସ୍କୃତିରେ ମଧ୍ୟ ସମୃଦ୍ଧ ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ବିଭିନ୍ନ ଭାଷା ଓ କଥିତ ଭାଷା ରହିଛି। ଆମ ଦେଶର ଭାଷା ବିବିଧତାକୁ ସମୃଦ୍ଧ କରିବା ଲାଗି ଅନେକ ବ୍ୟକ୍ତି କାର୍ୟ୍ୟରତ ଅଛନ୍ତି। ସେଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ‘ଓଲ୍‌ ଚିକି’ ଲିପିରେ ସାନ୍ତାଳି ଭାଷାରେ ଭାରତର ସମ୍ବିଧାନକୁ ଅନୁବାଦ କରିଥିବା ପଶ୍ଚିମବଙ୍ଗର ଶ୍ରୀପତି ଟୁଡୁ ବୋଲି କହିଛନ୍ତି ।

Related Posts