
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଧାରକାର୍ଡକୁ ନେଇ ଜାରି କରାଯାଇଥିବା ନୂଆ ଆଡଭାଇଜରୀକୁ ଫେରାଇ ନେଲେ କେନ୍ଦ୍ର ସରକାର । ଏହା ସହ ଏହାକୁ ସାମାନ୍ୟ ଗତିବିଧି ବୋଲି କହିଛନ୍ତି । ସେପଟେ ଇଲୋକ୍ଟେିଆନିକ୍ସ ଓ ସୂଚନା ପ୍ରାଦେ୍ଦ୍ୟାଗିକ ମନ୍ତ୍ରଣାଳୟ ଏକ ବୟାନରେ କହିଛି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣର ଲାଟେଷ୍ଟ ଆଡଭାଇଜରୀକୁ ତକ୍ରାଳ ପ୍ରଭାବରୁ ଫେରାଇ ନିଆଯାଇଛି । ଏହାକୁ ଭୁଲ ଅର୍ଥରେ ବୁଝିବା ସମ୍ଭାବନା ଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ୟୁଆଇଡିଏଆଇ ଆଧାର ନମ୍ବର ଶେୟାର କରିବାର ସମାନ୍ୟା ପ୍ରକି୍ରୟା ବିଷୟରେ ପରାମର୍ଶ ଦେବାକୁ ଏକ ପ୍ରେସ ରିଲିଜ ଜାରୀ କରିଥିଲେ । ଯାହା ଏକ ସାମାନ୍ୟ ଗତିବିଧି ଥିଲା । ଏହା ସହ ସରକାର ସାଧାରଣ ଲୋକଙ୍କୁ ପୁଣିଥରେ ଭରସା ଦେଇଛନ୍ତି ଯେ ଆଧାର ପରିଚୟର ଇକୋସିଷ୍ଟମ ସୁରକ୍ଷିତ ଅଛି । କାର୍ଡଧାରାକଙ୍କ ପରିଚୟ ଓ ପର୍ସନାଲ ସୁରକ୍ଷା ପାଇଁ ଏଥିରେ ପର୍ଯ୍ୟାପ୍ତ ସୁରକ୍ଷା ଫିଚର୍ସ ଦିଆଯାଇଛି ।