ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠୁ ବଢିଲା ନୂଆ ଏଲପିଜି ଗ୍ୟାସ୍ ସଂଯୋଗ ଦର । ଖାଲି ଏତିକି ନୁହେଁ ଡବଲ ସିଲିଣ୍ଡର, ରେଗୁଲେଟର ଏବଂ ପାଞ୍ଚ କେଜି ସିଲିଣ୍ଡର ପାଇଁ ମଧ୍ୟ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ନୂଆ ଦର ଅନୁଯାୟୀ, ଗ୍ରାହକ ମାନଙ୍କୁ ୧୪ କେଜି ଘରୋଇ ସିଲିଣ୍ଡରର ନୂଆ ସଂଯୋଗ ପାଇଁ ୨୨୦୦ ଟଙ୍କା ଦେବାକୁ ପଡିବ ।

ବର୍ତ୍ତମାନ ଯାଏଁ ଏଥିପାଇଁ ଗ୍ରାହକଙ୍କୁ ୧୪୫୦ ଟଙ୍କା ଦେବାକୁ ପଡୁଥିଲା । ଏହାସହ ଗ୍ରାହକଙ୍କୁ ଡବଲ ସିଲିଣ୍ଡର ପାଇଁ ୨୯୦୦ ଟଙ୍କା ବଦଳରେ ଏଣିକି ୪୪୦୦ ଟଙ୍କା ଦେବାକୁ ପଡିବ । ଏହାବାଦ୍ ରେଗୁଲେଟର ପାଇଁ ମଧ୍ୟ ଗ୍ରାହକଙ୍କୁ ଆଜିଠାରୁ ୨୫୦ ଟଙ୍କା ଦେବାକୁ ପଡିବ ।