ଦରଦାମ୍‌ ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ: ଏଲପିଜି ଦାମରେ ୧୫୭ ପ୍ରତିଶତ ବୃଦ୍ଧି, ଏବେ ଆଉ ଆଗକୁ ଯାଅ ନାହିଁ

ନୂଆଦିଲ୍ଲୀ : ଦେଶର ଲଗାତାର ଭାବେ ଦରଦାମ୍‌ ରେ ଅହେତୁକ ଭାବେ ବୃଦ୍ଧି ଘଟୁଛି । ଏନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି ଟୁଇଟ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ଯେ ଭାଜପା ସରକାରଙ୍କ ଶାସନରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୭ ପ୍ରତିଶତ ବୃଦ୍ଧି ପାଇଛି। ଶନିବାର ସେ ଟୁଇଟ କରି ଏନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହୁଛନ୍ତି ୧୩୩ କୋଟି ଭାରତୀୟ କହୁଛନ୍ତି ଶାହସ ଥିଲେ ଆମକୁ ରୋକ।
ଭାଜପା ଶାସନ, ରେକର୍ଡ ଭାଙ୍ଗୁଥିବା ମହଙ୍ଗା ପେଟ୍ରୋଲ, ଟ୍ୟାକ୍ସ ଲୁଟ ଏବଂ ବେକାରୀ ସୁନାମି ପରି ଏଲପିଜି ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ପ୍ରକୃତରେ, ଦେଶର ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କୁ କହୁଛନ୍ତି ତୁମ ଦ୍ୱାରା କରାଯାଇଥିବା ଏହି ପ୍ରତିବନ୍ଧକଗୁଡ଼ିକ ଆମକୁ ସଙ୍କଟରେ ପକାଇଛି। ବର୍ତ୍ତମାନ ଏସବୁ ବନ୍ଦ କର। ଏବେ ଆଉ ଆଗକୁ ଯାଅ ନାହିଁ, ବୋଲି ରାହୁଲ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ଦୁଇ ଦିନ ପୂର୍ବେ ରାହୁଲ ୨୦୧୪ ପୂର୍ବରୁ ଦେଇଥିବା ବିବୃତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ରାହୁଲ ଏକ ପୋଷ୍ଟର ଶେୟାର କରି ଲେଖିଥିଲେ ଯେ ଅର୍ଥନୀତିର ଅବ୍ୟବସ୍ଥା ଚାଲିଥିବାବେଳେ ହେଡଲାଇନ ମେସେଜ ଯାଉଛି।

ଜିଏସଟିର ୫ ବର୍ଷ ପୂରଣ ହେବା ଅବସରରେ ମଧ୍ୟ ରାହୁଲ ସରକାରଙ୍କୁ ଘେରିଥିଲେ। ଜିଏସ୍‌ଟି ଲାଗୁ ହେବାପରେ ରାହୁଲ ଏହାକୁ ଗବର ସିଂ ଟ୍ୟାକ୍ସ ବୋଲି କହିଥିଲେ। ଏହାପୂର୍ବରୁ ଜୁଲାଇ ୬ ରେ ରାହୁଲ ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ନେଇ ଏକ ଟୁଇଟ କରିଥିଲେ ।

Related Posts