
ଟ୍ରାଫିକ୍ ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ୫ଗୁଣା ଜରିମାନା । ଦେଶର ସଡ଼କ ସୁରକ୍ଷାକୁ ବଢାଇବା ପାଇଁ ଉଦ୍ଧିଷ୍ଟ ମଟର ଯାନ ସଂଶୋଧନ ବିଲ ୨୦୧୯କୁ ରାଜ୍ୟସଭାରେ ମଂଜୁରୀ ମିଳିଛି । ବିଲ ସପକ୍ଷରେ ୧୦୮ ଭୋଟ ମିଳିଥିବା ବେଳେ ବିପକ୍ଷରେ ୧୩ଟି ଭୋଟ ମିଳିଥିଲା । ଏହି ବିଲରେ ବେପାରୁଆ ଭାବେ ଗାଡ଼ି ଚାଳନା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ରହିଛି କଠୋର ଦଣ୍ଡ ବିଧାନ । ଏହା ସହ ଜରିମାନା ରାଶିକୁ ମଧ୍ୟ ଦୁଇ ଗୁଣା ବଢାଇ ଦିଆଯାଇଛି । ମଦ କିମ୍ବା ନିଶା ସେବନ କରି ଗାଡ଼ି ଚଳାଇଲେ ଜରିମାନା ୫ଗୁଣା ଅଧିକା ଦେବାକୁ ପଡ଼ିବ ।
ନାବାଳକଙ୍କୁ ଗାଡି ଚଳାଇବାକୁ ଦେଲେ
ଯଦି କୌଣସୀ ନାବାଳକ ଗାଡି ଚଳାଇବା ସମୟରେ ଧରା ହୁଅନ୍ତି ତେବେ ଏହାକୁ ଅପରାଧ ଧରାଯିବ । ଏଥିପାଇଁ ବାହନ ମାଲିକଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ଏବଂ ସଂପୃକ୍ତ ନାବାଳକଙ୍କୁ ୨୫ ବର୍ଷ ନହେବା ଯାଏଁ ଲାଇସେନ୍ସ ମିଳିବ ନାହିଁ । ନାବାଳକଙ୍କ ବିରୋଧରେ କିଶୋର ନ୍ୟାୟ ଆକ୍ଟ ୨୦୦୦ ଆଧାରରେ ମକୋଦ୍ଦମା ହେବ । ୪ ବର୍ଷରୁ ଅଧିକ ଆୟୁସୀମା ଶିଶୁମାନଙ୍କୁ ହେଲମେଟ ପିନ୍ଧାଯିବ । ନୂଆ ବିଲରେ ଡ୍ରାଇଭିଙ୍ଗର ଅନ୍ୟାନ୍ୟ ଭୁଲ ପାଇଁ ଜରିମାନାକୁ ପୂର୍ବ ଅପେକ୍ଷା ୫ରୁ ୩୦ ଗୁଣା ବୃଦ୍ଧି କରି ଦିଆଯାଇଛି ।
ମଦ୍ୟପାନ କରି ଗାଡିଚାଳନା କଲେ
ମଦ୍ୟପାନ କରି ଗାଡି ଚଳାଉଥିଲେ ପୂର୍ବରୁ ୨ହଜାର ଜରିମାନା ଦେଉଥିଲେ କିନ୍ତୁ ଏବେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।
ହିଟ ଆଣ୍ଡ ରନ
ଏଭଳି କେସରେ ଯଦି ପୀଡିତ ଆହତ ଅଚୀ ତେବେ ଅଭିଯୁକ୍ତ ବାହନ ଚାଳକ ଉପରେ ୧୨,୫୦୦ ଏବଂ ପୀଡିତଙ୍କ ମୃତ୍ୟୁ ହେଲେ ୨୫ହଜାର ଟଙ୍କା ଜରିମାନା ଦେବାକୁ ପଡୁଥିଲା । କିନ୍ତୁ ଏବେ ଏହି ରାଶିକୁ ୫୦ ହଜାର ଓ ୨ଲକ୍ଷ କରାଯାଇଛି ।
ସିଟ ବେଲ୍ଟ
ସିଟ ବେଲ୍ଟ ପାଇଁ ପୂର୍ବରୁ ୧୦୦ ଟଙ୍କା ଦେବାକୁ ପଡୁଥିଲା ଏବେ ୧୦୦୦ ଦେବାକୁ ପଡିବ ।
ହେଲମେଟ
ପୂର୍ବରୁ ୧୦୦ ଟଙ୍କା ଥିଲା ନୂଆ ଆକ୍ଟରେ ୧୦୦୦
ରେସିଙ୍ଗ୍ କଲେ
ଏବେ ୫୦୦ ଦେବାକୁ ପଡୁଛି ନୂଆ ଆକ୍ଟ ଆସିଲେ ୫୦୦୦ ଦେବାକୁ ପଡିବ ।
ବିନା ଇନସୁରାନ୍ସ
ବର୍ତ୍ତମାନର ଆକ୍ଟରେ ଏକ ହଜାର ନୂଆ ଆକ୍ଟରେ ଦେବେ ଦୁଇ ହଜାର
ଓଭର ସ୍ପିଡ୍
ଏବେ ଦେଉଛନ୍ତି ୪୦୦ ଟଙ୍କା ଜରିମାନା ନୂଆ ଆକ୍ଟରେ ୪ହଜାର ।
ବିନା ଡିଏଲ
ଏବେ ୫୦୦ ନୂଆ ଆକ୍ଟ ଆସିଲେ ୫ହଜାର । ଯଦି ଗାଡି ଚାଳନା ସମୟରେ ଅଯୋଗ୍ୟ ଘୋଷିତ ହୁଅନ୍ତି ତେବେ ୧୦ ହଜାର ଟଙ୍କା ଦେବାକୁ ପଡିବ । ଯାହାକି ବର୍ତ୍ତମାନ ସମୟରେ ୫ଶହ ଅଛି ।