ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନା କହିଛନ୍ତି ସେ ରାଷ୍ଟ୍ରପତି ହେଲେ ଦେଶରେ CAA ଲାଗୁ ହେବାକୁ ଦେବନାହିଁ। ଯଶୋବନ୍ତ ସିହ୍ନା ଆସାମ ଗସ୍ତରେ ଆସି ଏହି ମନ୍ତବ୍ୟ ଦେଇଛନ୍ତି। ସୂଚନା ଅନୁସାରେ ଶ୍ରୀ ସିହ୍ନା ଆସାମ ର ସମସ୍ତ ବିରୋଧୀ ଦଳମାନଙ୍କୁ ଭେଟି ନିଜପାଇଁ ସମର୍ଥନ ମାଗିଛନ୍ତି। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଉଦବୋଧନ ଦେଇ ଶ୍ରୀ ସିହ୍ନା କହିଛନ୍ତି ” ମୁଁ ଯଦି ରାଷ୍ଟ୍ରପତି ଭବନ ପାଂହଞ୍ଚେ ତେବେ ଦେଶରେ ନାଗରିକତା ସଂଶୋଧନ ଅଧିନିୟମ ( CAA ) ଲାଗୁ ହେବାକୁ ଦେବିନାହିଁ। ନାଗରିକତା ଆସାମ ବାସୀଙ୍କର ଏକ ମୁଖ୍ୟ ସମସ୍ୟା ଆଉ ସରକାର ଏହି ଅଧିନିୟମ ଆଣିବାକୁ ଚାହୁଁଛନ୍ତି। ହେଲେ ମୁଁ ଏହା ହେବାକୁ ଦେବିନାହିଁ।”
ସେପଟେ NDA ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ଟାର୍ଗେଟ କରି କହିଛନ୍ତି, ଦ୍ରୌପଦୀ ଆଜି ପର୍ଯ୍ୟନ୍ତ ଥରେ ହେଲେ ଗଣମାଧ୍ୟମକୁ ସମ୍ବୋଧିତ କରିନାହାନ୍ତି। ସେ ଦେଶ ପାଇଁ କଣ କାମ କରିବାକୁ ଚାହୁଁଛନ୍ତି ସେକଥା କେହି ଜାଣି ନାହାନ୍ତି। ଦ୍ରୌପଦୀଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି ମାତ୍ର ଏ ଲଢେଇ ବିଚାରଧାରାର ଲଢେଇ। ସମ୍ବିଧାନ କୁ ବଞ୍ଚାଇବାକୁ ଏହି ଲଢେଇ ଲଢ଼ୁଥିବା କହିଛନ୍ତି ଯଶୋବନ୍ତ ସିହ୍ନା।
ସୂଚନା ଅନୁସାରେ ଆଗାମୀ ୧୮ ତାରିଖରେ ଦେଶର ସର୍ବୋଚ୍ଚ ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ ଦୁଇ ପ୍ରାର୍ଥୀ ବିଭିନ୍ନ ରାଜ୍ୟ ଗସ୍ତ କରି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି।
