ଦାଉଦ ଇବ୍ରାହିମ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ଏନ୍‌ଆଇଏ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମ ବିରୋଧରେ ଭାରତରେ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ସୂଚନା ଅନୁସାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଦାଉଦ ନାମରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏହା ବ୍ୟତୀତ ଅଣ୍ଡରୱାଲର୍‌ଡ ଡନ ଦାଉଦର ସହଯୋଗୀମାନଙ୍କ ଉପରେ ମଧ୍ୟ ପୁରସ୍କାର ଘୋଷଣା କରାଯାଇଛି। ଡି କମ୍ପାନୀ ସହ ଜଡିତ ଅନୁସନ୍ଧାନରେ ଏନଆଇଏ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବିଶେଷ ଭାବରେ ଭାରତରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଦାୟୀଥିବା ଦାଉଦ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ୨୫ ନିୟୁତ ଡଲାରର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି।

ଜଣେ ଅଧିକାରୀ ଏନେଇ କହିଛନ୍ତି ଯେ, ଦାଉଦଙ୍କ ଭାଇ ଅନିସ ଇବ୍ରାହିମ ଛଦ୍ମନାମ ହାଜି ଆନିସ, ଘନିଷ୍ଠ ସମ୍ପର୍କୀୟ ଜାଭେଦ ପଟେଲ ଛଦ୍ମନାମ ଜାଭେଦ ଚିକନା, ଶକିଲ ଶେଖ ଛଦ୍ମନାମ ଛୋଟା ଶକିଲ ଏବଂ ଇବ୍ରାହିମ ମୁଶ୍ଟାକ ଅବଦୁଲ ରଜାକ ମେମନ ଛଦ୍ମନାମ ଟାଇଗର ମେମୋନଙ୍କ ପାଇଁ ମଧ୍ୟ ଏନ୍‌ଆଇଏ ପୁରସ୍କାର ଘୋଷଣା କରିଛି। ଅଧିକାରୀ ଜଣକ ସୂଚନା ଦେଇଛନ୍ତି ଯେ ଦାଉଦଙ୍କ ଉପରେ ୨୫ ଲକ୍ଷ ଟଙ୍କା, ଛୋଟା ଶକିଲ ଉପରେ ୨୦ ଲକ୍ଷ ଟଙ୍କା, ଆନିସ, ଚିକନା ଏବଂ ମେମୋନଙ୍କ ଉପରେ ୧୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି।

Related Posts