ନିରଞ୍ଜନ ଯାହା କରିବା କଥା AICCକୁ ପଚାରି କରନ୍ତୁ: ସୁର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: କଂଗ୍ରେସ ପରିଚାଳନା ନେଇ ବରିଷ୍ଠ ନେତା ସୁର ରାଉତରାୟଙ୍କ ବଡ଼ ବୟାନ । ପିସିସ ଏବଂ ଏଆଇସିସି ମଧ୍ୟରେ ତାଳମେଳ ରହୁ ନଥିବାରୁ ଦଳର କ୍ଷତି ହେଉଛି । ଏକଥା ରାହୁଲ ଗାନ୍ଧିଙ୍କୁ ଭେଟି ଜଣାଇବୁ । ଦଳରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବା ଆବଶ୍ୟକ । ସୋନିଆ ଗାନ୍ଧି ଯାହାକୁ ପିସିସି ସଭାପତି କରିବେ ଆମେ ତାଙ୍କୁ ସମର୍ଥନ କରିବୁ ବୋଲି କହିଛନ୍ତି ସୁର । ଏହା ସହ ନିରଞ୍ଜନଙ୍କୁ ବି ପାଠ ପଢ଼ାଇଛନ୍ତି ସୁର । କହିଛନ୍ତି ପିସିସି ସଭାପତି ଯାହା କରିବା କଥା AICCକୁ ପଚାରି କରନ୍ତୁ । ନହେଲେ ଦଳରେ ମତଭେଦ ହେଉଛି । ଏହା ଦ୍ବାରା କଂଗ୍ରେସ କ୍ଷତିଗ୍ରସ୍ତ ହେଉଛି ।

ଯୁବ କଂଗ୍ରେସ ସଭାପତି ପଦ ପାଇଁ ଗତକାଲି କଂଗ୍ରେସ ଭବନରେ ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସଭାପତି ପଦ ପାଇଁ ଆଶାୟୀ ଥିବା ଯୁବ ନେତା କଂଗ୍ରେସ ଭବନରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ । ଏହି ପଦ ପାଇଁ ଚୟନ କମିଟି ୩ ଦିନ ମଧ୍ୟରେ ପିସିସିକୁ ଜଣାଇବ ବୋଲି କମିଟି ଆବାହକ ପ୍ରଦୀପ ମାଝୀ କହିଥିଲେ ।

କିନ୍ତୁ ଯୁବ କଂଗ୍ରେସ ରାଜ୍ୟ ପ୍ରଭାରୀ କୁମାରୀ ପ୍ରତିଭା ରଘୁବଂଶୀ କହିଥିଲେ ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ କରିବା ଅଧିକାର କେବଳ ଭାରତୀୟ ଯୁବ କଂଗ୍ରେସର ଦାୟିତ୍ବ। ଏଥିରେ ପ୍ରଦେଶ କଂଗ୍ରେସ କମିଟିର କିଛି କରିବାର ନାହିଁ।

ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଥିଲେ, ଦଳକୁ ମଜବୁତ କରିବା ପାଇଁ କମିଟି ଗଠନ କରାଯାଇଛି। ଏଆଇସିସିକୁ ରିପୋର୍ଟ ଦିଆଯିବ। ଯୁବ କଂଗ୍ରେସ ସଭାପତି ଦାୟିତ୍ବ କାହାକୁ ଦିଆଯିବ ସେ ନେଇ କାହାରି ନାମ ପିସିସି ପକ୍ଷରୁ ରିପୋର୍ଟରେ ଉଲ୍ଲେଖ ରହିବ ନାହିଁ। ଏଆଇସିସିକୁ କେବଳ ମତାମତ ଦେବା ଅଧିକାର ପିସିସିର ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

Related Posts