
ସତ୍ୟପାଠ ବ୍ୟୁରୋ (ନୂଆଦିଲ୍ଲୀ): ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦଣ୍ଡାଦେଶ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି କରାଯାଇଥିବା ମାମଲାକୁ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ।
ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡରେ ଦଣ୍ଡିତ ୪ ଅଭିଯୁକ୍ତଙ୍କ ରାୟର ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କରିଥିବା ମାମଲାର ଶୁଣାଣି କରିଛନ୍ତି କୋର୍ଟ । ଏହି ଆବେଦନରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ, ଦୋଷୀ ଫାଶୀ ସମୟକୁ ଜାଣିଶୁଣି ଗଡ଼ାଇବା ପାଇଁ ପ୍ରୟାସ ଚଳାଇଛନ୍ତି । ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଆବେଦନ ନେଇ ଆଜି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ।
