ଶେଷରେ ନୀତୀଶଙ୍କୁ ମିଳିଲା ସମୟ! ଅଗଷ୍ଟ ୨୩ରେ ଜାତିଭିତ୍ତିକ ଜନଗଣନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନୀତୀଶ କୁମାର

nitish kumar

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ । ତେବେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ପାଇଁ ନୀତୀଶ ବହୁ ଦିନରୁ ଅପେକ୍ଷା କରିଥିଲେ । ତାଙ୍କ ଅପେକ୍ଷାର ଅନ୍ତ ଘଟି ଚଳିତ ମାସ ୨୩ ତାରିଖରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଦିଲ୍ଲୀରେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଅପରିପକ୍ଷେ ପ୍ରଧାନମନ୍ତ୍ରୀଙ୍କ ଠାରୁ ସମୟ ପାଇଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ଏହା ସହ ନୀତୀଶ କୁମାର ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଗଷ୍ଟ ୪ ତାରିଖରେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ସମୟ ମାଗିଥିଲେ । କେବଳ ଏତିକି ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମିଳିଥିବା ସୂଚନା ଅନୁସାରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ଜୁଲାଇ ୩୦ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଅନୁରୋଧ କରିଥିଲେ ।

ଏହା ସହ ବିରୋଧୀଦଳର ନେତାମାନେ ଦାବି କରିଥିଲେ ଯେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଜାତିଭୁତ୍ତିକ ଜନଗଣନା ବିଷୟରେ ଆଲୋଚନା କରନ୍ତୁ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ମଧ୍ୟ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର ଦେଶରେ ଜନଗଣନା କରନ୍ତି ନାହିଁ । ତେବେ ବିହାର ସରକାର ଏହି ଖର୍ଚ୍ଚକୁ ନିଜ ଖର୍ଚ୍ଚରେ କରିବାକୁ ବିଚାର କରିପାରନ୍ତି। ଏଥିସହ ତେଜସ୍ୱୀ ଯାଦବ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖି ତାଙ୍କୁ ଜନଗଣନା କରିବାକୁ କହିଥିଲେ।

Related Posts